www.samajalive.in
Monday, December 8, 2025
14.1 C
Bhubaneswar

କେରଳ ନନ୍‍ ବଳାତ୍କାର ମାମଲା: ମୁଖ୍ୟସାକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ

ଜଳନ୍ଧର : କେରଳ ନନ୍‍ ବଳାତ୍କାର ମାମଲାର ମୁଖ୍ୟସାକ୍ଷୀ ଫାଦର କୁରିଆକୋସ୍‍ କାଟ୍ଟୁଥାରା (୬୧)ଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। କାଟ୍ଟୁଥାରା ଏହି ମାମଲାର ଅଭିଯୁକ୍ତ ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କ ବିରୋଧରେ ଅଭିଯୋଗ କରିଥିବାରୁ ତାଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଇଛି। ଏ ନେଇ ଏତଲା ଦିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସମ୍ପ୍ରତି କେରଳରେ ବାସ କରୁଥିବା ତାଙ୍କ ଭାଇ ଜୋସ୍‍ କାଟ୍ଟୁଥାରା କହିଛନ୍ତି, ଦୁଇ ସପ୍ତାହ ପୂର୍ବେ କାଟ୍ଟୁଥାରାଙ୍କ ସହିତ ସେମାନେ କଥାବାର୍ତ୍ତା କରିଥିଲେ। ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ଜଳନ୍ଧର ଫାଦର ମାଇକେଲ ଆନ୍ନିକୁହିକାଟିଲ ଟେଲିଫୋନ୍‍ କରି ଶୁକ୍ରବାର ରାତିରେ କାଟ୍ଟୁଥାରାଙ୍କ ମୃତ୍ୟୁ ଘଟିଥିବା ଖବର ଦେଇଥିଲେ। ଖବର ଦେବାରେ ବିଳମ୍ବ ହିଁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରୁଥିବା ସେ କହିଛନ୍ତି।
ଅନ୍ୟପଟେ ଜଳନ୍ଧର ଡିଓସେସ୍‍ର ଫାଦର ପିଟର ଗଣମାଧ୍ୟମକୁ କହିଛନ୍ତି, ସୋମବାର ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ କାଟ୍ଟୁଥାରା ନିଦରୁ ନ ଉଠିବାରୁ ଜଣେ ନନ୍‍ ଯାଇ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ; ମାତ୍ର ସେ କବାଟ ନ ଖୋଲିବାରୁ ନନ୍‍ ଜଣକ ଅନ୍ୟମାନଙ୍କୁ ଡାକିଥିଲେ। ଚର୍ଚ୍ଚ କର୍ମଚାରୀ କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। କୋଠରୀ ଭିତରେ କାଟ୍ଟୁଥାରା ଅଚେତ ଅବସ୍ଥାରେ ପଡିଥିବାବେଳେ ନିକଟରେ ବାନ୍ତି ପଡିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ନନ୍‍ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଶପ ମୁଲାକାଲଙ୍କ ବିରୋଧରେ ବୟାନ ଦେଇଥିବାରୁ କାଟ୍ଟୁଥାରାଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇବା ସ୍ୱାଭାବିକ ବୋଲି ସେ କହିଛନ୍ତି।
କାଟ୍ଟୁଥାରା ଦାସୁୟାସ୍ଥିତ ସେଣ୍ଟ ପଲ୍‍ ଚର୍ଚ୍ଚରେ ରହୁଥିଲେ। ଦାସୁୟା ଡିଏସ୍‍ପି ଏଆର୍‍ ଶର୍ମା କହିଛନ୍ତି, କାଟ୍ଟୁଥାରାଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। ତାଙ୍କ ଶଯ୍ୟା ନିକଟରେ ବାନ୍ତି ଓ ରକ୍ତଚାପ ଔଷଧ ପଡିଥିଲା। କିଛି ଦିନ ପୂର୍ବେ ମାଲାୟାଲମ୍‍ ଖବରକାଗଜ ‘ମାତୃଭୂମି’କୁ ଦେଇଥିବା ସାକ୍ଷାତକାରରେ କାଟ୍ଟୁଥାରା ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ବ୍ୟକ୍ତ କରିଥିଲେ। ବିଶପ୍‍ ମୁଲାକାଲଙ୍କ ବିରୋଧରେ ରହିଥିବା ବଳାତ୍କାର ମାମଲାରେ ଅଭିଯୋଗକାରିଣୀ ନନ୍‍ଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ଚର୍ଚ୍ଚ ଅଧିକାରୀମାନେ ନିୟମିତ ଭାବେ ଧମକ ଦେଉଥିବା ମଧ୍ୟ ସେ ପ୍ରକାଶ କରିଥିଲେ। ଏହା ସତ୍ତ୍ବେ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନ ଥିଲା ବୋଲି ଡିଏସ୍‍ପି ଶର୍ମା କହିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ବିଶପ୍‍ ମୁଲାକାଲଙ୍କୁ ଗତ ସପ୍ତାହରେ କେରଳ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ ଜଣେ ନନ୍‍ଙ୍କୁ ୧୩ ଥର ବଳାତ୍କାର କରିବା ତଥା ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁଲାକ୍କାଲଙ୍କୁ ସେପ୍ଟେମ୍ବର ୨୧ରେ ଗିରଫ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories