www.samajalive.in
Sunday, December 14, 2025
17.1 C
Bhubaneswar

ବିପନ୍ନଙ୍କ ପ୍ରତି ସମ୍ବେଦନହୀନ ମନ୍ତବ୍ୟ ଦେଇ ଚାକିରି ହରାଇଲେ ଯୁବକ

ଦୁବାଇ : ମନୁଷ୍ୟ ସଫଳତାର ଶିଢ଼ିରେ ଯେତେ ଊର୍ଦ୍ଧ୍ବକୁ ଉଠୁ ନା କାହିଁକି; ନିଜ ମାଟି, ନିଜ ଦେଶ ତଥା ନିଜ ଦେଶବାସୀଙ୍କ ପ୍ରତି ମନରେ ସଦୈବ ସ୍ନେହ ଓ ସମ୍ମାନ ରଖିବା ଉଚିତ; ମାତ୍ର ଓମାନ୍‍ରେ ନିଜର ସଫଳ କ୍ୟାରିୟର ଗଠନ କରିଥିବା କେରଳର ଜଣେ ଯୁବକଙ୍କ ଚିନ୍ତାଧାରା ଏହାର ପରିପନ୍ଥୀ ମନେହୁଏ; କାରଣ କେରଳ ପ୍ରଳୟଙ୍କରୀ ବନ୍ୟାର ଶିକାର ହୋଇଥିବାବେଳେ ରାହୁଲ ଚେରୁ ପାଲାୟାତ୍ତୁ ନାମକ ଏହି ଯୁବକ ନିଜ ରାଜ୍ୟର ବନ୍ୟା ପ୍ରପୀଡ଼ିତଙ୍କ ସମ୍ବନ୍ଧରେ ଅତ୍ୟନ୍ତ ଅସମ୍ବେଦନଶୀଳ ମନ୍ତବ୍ୟ ଦେଇ ଏବେ ଚାକିରି ହରାଇଛନ୍ତି। କେରଳ ବନ୍ୟା ପୀଡ଼ିତଙ୍କ ନିମନ୍ତେ ବିଭିନ୍ନ ଆଡୁ ନାନା ପ୍ରକାରର ସହଯୋଗ ଯୋଗାଇଦିଆଯାଉଛି। ଏଭଳିସ୍ଥିତିରେ କେହି ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ‘ଟ୍ୱିଟର୍‍’ରେ ସାନିଟାରୀ ନାପ୍‍କିନ୍‍ର ଆବଶ୍ୟକତା ଅଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାହୁଲ ଲେଖିଥିଲେ, ‘ପଚାରନ୍ତୁ ଯଦି ସେଠାରେ କାହାରିକୁ କଣ୍ଡୋମ୍‍ର ଆବଶ୍ୟକତା ମଧ୍ୟ ଥିବ?’ ନିଜ ରାଜ୍ୟର ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର ଏହି ଅସମ୍ବେଦନଶୀଳ ମନ୍ତବ୍ୟ ଅନେକଙ୍କ ଭ୍ରୁକୁଞ୍ଚନ କରିଛି। ଏପରିକି ଓମାନ୍‍ସ୍ଥିତ ତାଙ୍କ କମ୍ପାନୀ ‘ଲୁଲୁ ଗ୍ରୁପ୍‍ ଇଣ୍ଟରନ୍ୟାସନାଲ’ ପକ୍ଷରୁ ତାଙ୍କୁ ତୁରନ୍ତ ଔପଚାରିକ ଭାବେ ଚାକିରିରୁ ବହଷ୍କାର କରାଯାଇଛି। ଚାକିରି ହରାଇବା ପରେ ରାହୁଲଙ୍କର ବୁଦ୍ଧି ପଶିଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ପଠାଇ ସେ ନିଜ ମନ୍ତବ୍ୟ ନେଇ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି। କମ୍ପାନୀର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ୟୁସୁଫ୍‍ ଅଲ୍ଲୀ ମଧ୍ୟ କେରଳର ମୂଳବାସିନ୍ଦା। ବର୍ତ୍ତମାନ ସୁଦ୍ଧା ସେ ରାଜ୍ୟର ବନ୍ୟା ପୀଡ଼ିତଙ୍କ ସହାୟତା ନିମନ୍ତେ ୯.୨୩ ମିଲିୟନ୍‍ ଅର୍ଥ ପ୍ରଦାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories