ପାଟଣା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟିଛନ୍ତି କେନ୍ଦୁଝର ସାଂସଦ ଅନନ୍ତ ନାୟକ । ନିଜ ଜିଲ୍ଲାର କିଛି ଉଚ୍ଚ ବିଦ୍ୟାଳୟର ଅପଗ୍ରେଡେସନ ଓ ଅପଗ୍ରେଡ ହୋଇଥିବା ବିଦ୍ୟାଳୟ ଗୁଡିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା ସମ୍ପର୍କରେ ଅନୁରୋଧ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କେନ୍ଦୁଝର ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ନରଣପୁର, ବସନ୍ତପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅସନପାଟରେ ୨୦୨୪-୨୫ ଶିକ୍ଷା ବର୍ଷରୁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ପତ୍ର ଜରିଆରେ ଅନୁରୋଧ କରିଛନ୍ତି । ସେହିପରି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଶୁଆକାଠି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋନାସିକା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚିଲିଦା, ସରକାରୀ ଉଚ୍ଚ ବିଦ୍ୟାଳୟ ବକ୍ସିବାରିଗାଁକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିବାକୁ ସେ ଦାବିପତ୍ରରେ ଅବଗତ କରାଇଛନ୍ତି ।
Popular Categories


