କେନିଆରେ ବନ୍ଧ ଭୁଶୁଡି ୨୦ ମୃତ

0

ନାଇରୋବି : କେନିଆରେ ପ୍ରବଳ ବର୍ଷା କାରଣରୁ ବୁଧବାର ନାକୁରୁ ପ୍ରଦେଶ ଅନ୍ତର୍ଗତ ସୋଲାବିସ୍ଥିତ ଏକ ନଦୀ ବନ୍ଧ ଭୁଶୁଡି ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ହଠାତ୍‌ ପୋଲ ଭୁଶୁଡିବା କାରଣରୁ ଆଖପାଖରେ ଉପସ୍ଥିତ ଲୋକେ ସୁରକ୍ଷିତ ସ୍ଥାନକୁ ଯାଇ ପାରି ନ ଥିଲେ। ଫଳରେ ଅନେକ ପାଣିର ସ୍ରୋତରେ ଭାସି ଯାଇଥିଲେ। ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି। ଇତିମଧ୍ୟରେ ୨୦ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଘରୋଇ ଟେଲିଭିଜନ ପକ୍ଷରୁ କୁହାଯାଇଥିବା ବେଳେ ୩୯ଟି ମୃତ ଦେହ ମିଳିଛି ବୋଲି କେନିଆ ରେଡକ୍ରସ୍‌ ଦର୍ଶାଇଛି। କେନିଆ ସମେତ ପୂର୍ବ ଆଫ୍ରିକାର ଆଖପାଖ ରାଷ୍ଟ୍ରଗୁଡିକରେ ଗତ ଦୁଇ ମାସ ହେବ ପ୍ରବଳ ବର୍ଷା ଲାଗି ରହିଛି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ ପ୍ରବଳ ବର୍ଷା ଯୋଗୁ ଦେଶର ୩୨ଟି ପ୍ରଦେଶରେ ୧୩୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨,୨୨,୪୫୬ ଜଣ ଲୋକ ବିସ୍ଥାପିତ ହୋଇଥିବା କେନିଆ ସରକାର ସୂଚନା ଦେଇଛନ୍ତି।

Leave A Reply