www.samajalive.in
Saturday, December 6, 2025
19.1 C
Bhubaneswar

୬ଦଫା ଦାବିରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସ୍ମାରକପତ୍ର

କେନ୍ଦୁଝରଗଡ଼: ରାଜ୍ୟରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ସରକାର ଅଣଦେଖା କରି ଆସୁଥିବା ପ୍ରତିବାଦରେ ୬ଦଫା ଦାବିରେ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜୁଲାଇ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌‌ ପିନ୍ଧି ପ୍ରତିକାତ୍ମକ ଭାବେ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ କେନ୍ଦୁଝର ଜିଲା ଉପସଭାପତି ବେଦବ୍ୟାସ ନାଏକ କହିଛନ୍ତି। ଗ୍ରାମ୍ୟ କୃଷି କର୍ମଚାରୀ ପଦ ନାମ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ପଦ କରାଯିବା, ଗ୍ରେଡ ପେ ୨୦୦୦ଟଙ୍କାରୁ ୪୦୦୦ଟଙ୍କାକୁ ଉନ୍ନୀତ କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରୀ କାଳ ମଧ୍ୟରେ ୩ରୁ ୪ ପଦୋନ୍ନତି ଅବଧି ଉଛେଦ ପାଇଁ କ୍ୟାଡର ନିୟମର ପୁନଃ ଗଠନ କରିବା, ଚୁକ୍ତିଭିତ୍ତିକ ନିଯୁକ୍ତିର ବିଲୋପ ପରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀରେ ଗଣନା କରି ୬ଟି ବର୍ଦ୍ଧିିତ ବେତନ ପ୍ରଦାନ କରିବା, ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ସହ ସରକାରୀ କାର୍ଯ୍ୟ ପାଇଁ କମ୍ପ୍ୟୁଟର ଓ ମୋବାଇଲ ଖର୍ଚ୍ଚ ସରକାର ବହନ କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନିମନ୍ତେ ସଂଶୋଧିତ ଜବ୍‌‌ ଚାର୍ଟ ଘୋଷଣା କରିବା ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହି ସମସ୍ତ ୬ଟି ଦାବିକୁ ରାଜ୍ୟ ସରକାର ତୁରନ୍ତ ପୂରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇ ଆସୁଛି। ଏହାସତ୍ତ୍ବେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବାଧ୍ୟ ହୋଇ ଜୁଲାଇ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍‌‌ ପିନ୍ଧି ପ୍ରତିକାତ୍ମକ କାର୍ଯ୍ୟବନ୍ଦରେ ସାମିଲ ହେବା ପରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟବ୍ୟାପୀ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି କେନ୍ଦୁଝର ସଂଘ ସମ୍ପାଦକ ରୂପକ କୁମାର ଦାଶ କହିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories