www.samajalive.in
Saturday, December 6, 2025
19.1 C
Bhubaneswar

ଜାତୀୟ ରାଜପଥ ଆଲୋକୀକରଣ ବନ୍ଦ

ସାକ୍ଷୀଗୋପାଳ: ୨୦୧୫ ମସିହାରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଦୋହରୀକରଣ ହୋଇଥିଲା। ସେବେଠାରୁ ରାଜପଥ ଆଲୋକୀକରଣ ନିମନ୍ତେ ବ୍ୟବସ୍ଥା ହୋଇଥିଲା। ରାଜପଥ ମଝିରେ କେବଳ ବିଦ୍ୟୁତ ଖୁଣ୍ଟ ପୋତା ହୋଇ ରହିଥିଲା। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ଗତ ତା ୨୦-୬-୨୦୨୩ ରିଖ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ, କାଦୁଆ ଛକ ଓ ସାକ୍ଷୀଗୋପାଳ ବଜାର ଓ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଅଞ୍ଚଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ବିଦ୍ୟୁତ ସଂଯୋଗ କରାଯାଇ ରାଜପଥ ଆଲୋକୀକରଣ କରଣ କରାଯାଇଥିଲା। ଫଳରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲା।

ଗତ ତା ୩୦-୬-୨୦୨୩ ରିଖରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ହଠାତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ଗତ ତା ୧-୭-୨୦୨୩ ରିଖ ଠାରୁ ଏହି ସ୍ଥାନମାନଙ୍କରେ ଆଲୋକୀକରଣ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ମାତ୍ର ୧୧ ଦିନ ପରେ ଏହି ସବୁ ଛକ ସ୍ଥାନ ପୁନର୍ବାର ଅନ୍ଧକାର ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଏହି ଛକ ସ୍ଥାନ ମାନଙ୍କରେ ପୁନର୍ବାର ଆଲୋକୀକରଣ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories