www.samajalive.in
Sunday, December 14, 2025
17.1 C
Bhubaneswar

ଷଷ୍ଠ ଜିଲାପରିଷଦର ଚତୁର୍ଥ ଅଧିବେଶନ; ବଡ଼ିକୁ ଜିଆଇ ଟ୍ୟାଗିଂ ସହ ‘ବଡ଼ି ମିଶନ’ ପ୍ରତିଷ୍ଠା ପ୍ରସ୍ତାବ ଗୃହୀତ

କେନ୍ଦୁଝରଗଡ଼: ଷଷ୍ଠ ଜିଲାପରିଷଦର ଚତୁର୍ଥ ଅଧିବେଶନ ଦରବାରହଲଠାରେ ଜିଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଶିଷ ଠାକରେ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ। ପ୍ରାରମ୍ଭରେ ଜିଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ଉଦ୍‌‌ବୋଧନ ଦେଇ କହିଥିଲେ ଯେ, ଜିଲାର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା ପାଇଁ ଜିଲାପରିଷଦ ଅଧିବେଶନ ସୁଯୋଗ ଆଣିଛି। ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଉଦ୍‌‌ବୋଧନ ଦେଇ ଜିଲାପରିଷଦ ଅଧିବେଶନରେ ହେଉଥିବା ଆଲୋଚନା, ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରି ତା’ର ସଠିକ୍‌‌ ଅନୁପାଳନ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ଅଧିବେଶନରେ ୧ ଜୁନ ୨୦୨୨ ବୈଠକ ବିବରଣୀର ଦୃଢୀକରଣ କରାଯାଇଥିଲା ଏବଂ ପୂର୍ବ ବୈଠକର ବିବରଣୀର ଅନୁପାଳନ ଉପରେ ଆଲୋଚନା କରାଯାଇଥିଲା। ଏହାପରେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା।

କୃଷି ବିଭାଗର କାର୍ଯ୍ୟାବଳୀ, ଖରିଫ ଋତୁରେ ଧାନ ଚାଷ, ଅଣଧାନ ଚାଷ, ଧାନ ବିହନ ବିକ୍ରୟ, ଅଣଧାନ ବିହନ ବିକ୍ରୟ, ରାସାୟନିକ ସାର ବିକ୍ରୟ, ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ, ସରକାରୀ ରିହାତି ମୂଲ୍ୟରେ ଚାଷୀମାନଙ୍କୁ କୃଷି ଯନ୍ତ୍ରପାତି ଯୋଗାଣ, କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। କେନ୍ଦୁଝରର ପ୍ରସିଦ୍ଧ ବଡ଼ିର ଚାହିଦା ଥିବାରୁ ଏଥି ନିମନ୍ତେ ଜିଲାରେ ବିରି, ଖସା ଚାଷକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦୁଝର ବଡ଼ିକୁ ଜିଆଇ ଟ୍ୟାଗିଂ ପାଇଁ ପ୍ରକ୍ରିୟା ଜାରି ରହିଥିବା ପରିପ୍ରେକ୍ଷୀରେ ‘ବଡ଼ି ମିଶନ’ ପ୍ରତିଷ୍ଠା ପ୍ରସ୍ତାବ ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏତଦ୍‌‌ବ୍ୟତୀତ ବଡ଼ି ତିଆରି ସହିତ ସମ୍ପୃକ୍ତ ଏସ୍‌‌.ଏଚ୍‌‌.ଜି., ପ୍ରତ୍ୟୁସର ଗ୍ରୁପ ଏବଂ କମ୍ପାନୀ ଜରିଆରେ ବଡି ପ୍ରସ୍ତୁତି, ପ୍ୟାକେଜିଂ, ବିପଣନକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତିି ନିଆଯାଇଥିଲା। ପଣସ ମଞ୍ଜିକୁ ପ୍ରକ୍ରିୟାକରଣ କରି ଅଟା ପ୍ରସ୍ତୁତ ନିମନ୍ତେ କାରଖାନା ସ୍ଥାପନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲାରେ ସାର ର‍୍ୟାକ୍‌‌ ପଏଣ୍ଟ ପ୍ରତିଷ୍ଠାରେ ଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରାଯାଇ ଏ ସମ୍ପର୍କରେ ଥିବା ସମସ୍ୟା ଦୂର ହୋଇଛି ଏବଂ ଚଳିତବର୍ଷ ଏହାର ନିର୍ମାଣ ଶେଷ ହେବ ବୋଲି ଜିଲାପାଳ କହିଥିଲେ। ଏତଦ୍‌‌ବ୍ୟତୀତ କୃଷି ଓ କୃଷକ କଲ୍ୟାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଗତି, ମତ୍ସ୍ୟ ଚାଷ ବିଭାଗ, ଉଦ୍ୟାନ ବିଭାଗ, ବେସାମରିକ ଯୋଗାଣ ବିଭାଗ, ଜଳ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟକ୍ରମ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଡିଏମଏଫ୍‌‌ ଓ ଓମ୍ବାଡିସି ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

- Advertisement -

ଅଧିବେଶନରେ ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଉପାଧ୍ୟକ୍ଷ ଜିଲାପରିଷଦ ସୋମନାଥ ଦାସ, ଡିଏଫଓ କେନ୍ଦୁଝର ଧନରାଜ ଏଚ୍‌‌.ଡି., ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲାପରିଷଦ ସଦସ୍ୟ, ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories