www.samajalive.in
Monday, December 15, 2025
15.1 C
Bhubaneswar

୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯ ଦାବିରେ ଆନ୍ଦୋଳନ ତେଜିଲା, ସମୂହ ଛୁଟିରେ ଅମଲା

କେନ୍ଦୁଝରଗଡ଼: ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତିକ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଥାଇ ସୁଦ୍ଧା ମୂଳ ଦରମା ଗ୍ରେଡ୍‌ ପେ ୧୯୦୦ ସହ ଲେଭେଲ-୪ରେ ଥିବା ଅସଙ୍ଗତିକୁ ଦୂର କରି ୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଗୁରୁବାରଠାରୁ ରାଜ୍ୟବ୍ୟାପୀ ଅମଲାମାନେ ସମୂହ ଛୁଟିରେ ରହି ଆନ୍ଦୋଳନକୁ ବ୍ୟାପକ କରିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଗୁରୁବାରଠାରୁ ଜିଲାବ୍ୟାପୀ ସମସ୍ତ ଅମଲା ସମୂହ ଛୁଟିରେ ରହି ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଅମଲାଙ୍କ ସମୂହ ଛୁଟି ଯୋଗୁଁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟାଳୟକୁ ଆସି ହିତାଧିକାରୀ ଫେରିଯିବା ଦେଖିବାକୁ ମିଳିଛି। ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରଣା, ଜିଲା ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଓ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଓଡ଼ିଶା ଟ୍ରେଜେରୀ ସଂଘ ସଭାନେତ୍ରୀ ଗୀତାରାଣୀ ପାତ୍ର, ଓଡ଼ିଶା ଅମଲା ସଂଘ ସଭାପତି ଅଭିମନ୍ୟୁ ପ୍ରଧାନ, ସବ୍‌‌ରେଜିଷ୍ଟ୍ରୀ ସଂଘ ସଭାପତି ରାକେଶ କୁମାର ରଥ ପ୍ରମୁଖଙ୍କ ନେତୃତ୍ୱରେ ୩୫୦ରୁ ଊର୍ଦ୍ଧ୍ବ ଅମଲା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇ କଲମଛାଡ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମିଳିତ ଅମଲା ମଞ୍ଚର ମିଡିଆ ସଂଯୋଜକ ପୀତବାସ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ପ୍ରସନ୍ନ କୁମାର ବେହେରା, ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଓ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ହୋଇ ୩୧ ତାରିଖ ସୁଦ୍ଧା ଅମଲାଙ୍କ ଦାବି ପୂରଣ ନହେଲେ ଜିଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ରାଜସ୍ୱ ଅମଲା ସଂଘ କାର୍ଯ୍ୟକାରୀ ସଭାପତି ରଶ୍ମୀରଞ୍ଜନ ମହାନ୍ତି, ଉପଦେଷ୍ଟା କୈଳାସ ଚନ୍ଦ୍ର ମଲ୍ଲିକ, ସଚ୍ଚିନ ପଣ୍ଡା, ସନ୍ତୋଷ କୁମାର ରଣା, ଭୁବନେଶ୍ୱର ମହାପାତ୍ର, ତପନ କୁମାର ଭୂୟାଁ, ସଚ୍ଚିଦାନନ୍ଦ ମହାକୁଡ, ଜିତେନ୍ଦ୍ର କୁମାର ସାହୁ, ମିନତୀ ସାହୁ, ଶିବାନୀ ନାଏକ, ସତ୍ୟବତୀ ଲାଗୁରୀ, ସସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ଜୋରଦାର କରିଛନ୍ତି।

ସୂଚନାଯୋଗ୍ୟ, ଉପରୋକ୍ତ ଦାବି ନେଇ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟ ସଂଘ ଦ୍ୱାରା ମେ’ ୧ ତାରିଖ ମୁଖ୍ୟ ଶାସନ ସଚିବଙ୍କୁ ଚରମପତ୍ର ପ୍ରଦାନ କରାଯାଇଥିବା ବେଳେ ଦାବି ପୂରଣ ନହେବାରୁ ମେ ୨୨ରୁ କଳାବ୍ୟାଜ୍‌‌ ପରିଧାନ ପୂର୍ବକ ପ୍ରତିକାତ୍ମକ ଆନ୍ଦୋଳନରେ ୩୧ ତାରିଖ ପର୍ଯ୍ୟନ୍ତ ସାମିଲ ହୋଇଥିଲେ। ପୂର୍ବ ଘୋଷଣାନୁଯାୟୀ ଦାବି ପୂରଣ ନହେବାରୁ ଜୁନ ୧ ତାରିଖରୁ ସମସ୍ତ ଅମଲା ଛୁଟିରେ ରହି ଦାବି ପୂରଣ ହେବା ପର୍ଯ୍ୟନ୍ତ କଲମଛାଡ଼ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ମିଳିତ ଅମଲା ମଞ୍ଚର ମିଡିଆ ସଂଯୋଜକ ପୀତବାସ ମହାନ୍ତ କହିଛନ୍ତି। ଜୁନ ୧ରୁ ଅମଲା ସମୂହ ଛୁଟିରେ ରହିବା ସହ କେନ୍ଦୁଝର ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସମସ୍ତ ଅମଲା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସମସ୍ତ ଅମଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚରମ ନିଷ୍ପତ୍ତି ଶୁଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories