www.samajalive.in
Tuesday, December 9, 2025
15.1 C
Bhubaneswar

ନିରାପତ୍ତାକ୍ଷେତ୍ରରେ କାଶିଆ ଖଣିର ଉଲ୍ଲେଖନୀୟ ସଫଳତା, ଶୂନ ଦୁର୍ଘଟଣାରେ ୪ ନିୟୁତ ଶ୍ରମ ଘଣ୍ଟା ହାସଲ

କେନ୍ଦୁଝରଗଡ଼଼: ଖଣି ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଯୋଗୁଁଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପରିଚାଳିତ ଯୋଡା ଖଣି ମଣ୍ଡଳ ଅଧିନ କାଶିଆ ଆଇରନ ଆଣ୍ଡ ଡୋଲମାଇଟ ଖଣିରେ ଖନନ ଆରମ୍ଭ ଦିନ ଠାରୁ ଏପର୍ଯ୍ୟନ୍ତ କୌଣସି ଦୁର୍ଘଟଣା ଘଟିନାହିଁ। କୌଣସି ଦୁର୍ଘଟଣା ନ ଘଟି ୪ନିୟୁତ ଶ୍ରମ ଘଣ୍ଟାର କାର୍ଯ୍ୟ ହାସଲ ଦ୍ୱାରା କାଶିଆ ଖଣି ଏକ ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିପାରିଛି।

୨୦୨୧ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ଖଣିର ଏଭଳି ସଫଳତା କମ୍ପାନୀର ସାମଗ୍ରିକ ଉତ୍ତରଦାୟିତ୍ୱ, ଅକ୍ଲାନ୍ତ ପରିଶ୍ରମ, ନିରାପଦ କାର୍ଯ୍ୟସ୍ଥଳ ଓ ‘ନିରାପତ୍ତା ହିଁ ପ୍ରଥମ’ ଭଳି କାର୍ଯ୍ୟ ସଂସ୍କୃତିର ପ୍ରତିଷ୍ଠାକୁ ସ୍ୱୀକୃତି ପ୍ରଦାନ କରିଛି। ଖଣି ନିରାପତ୍ତାର ସମସ୍ତ ନିୟମ ଓ ସତର୍କତା ନୀତିକୁ ପାଳନ କରିବା ଜେଏସପିର ମୌଳିକ ମୂଲ୍ୟବୋଧ।

- Advertisement -

ଏଠାରେ କାର୍ଯ୍ୟରତ ସମସ୍ତଙ୍କ ଖଣି ସୁରକ୍ଷା ପ୍ରତି ବ୍ୟକ୍ତିଗତ ଉତ୍ତରଦାୟିତ୍ୱକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଏ। ନିରାପତ୍ତା କ୍ଷେତ୍ରରେ ଶୂନ ସାଲିସ ଓ ଖଣି ନିରାପତ୍ତା ନିୟମ ଅନୁପାଳନର ନିୟମିତ ଯାଞ୍ଚ ହିଁ କାଶିଆ ଖଣି କ୍ଷେତ୍ରରେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିବାରେ ସହାୟକ ହୋଇଛି। ଏହି ଉପଲବ୍ଧି ପାଇଁ କାଶିଆଖଣି ବିଭାଗ ମୁଖ୍ୟ ପ୍ରମୋଦ କୁମାର ପାତ୍ର ଖୁସିବ୍ୟକ୍ତ କରିବା ସହ ଖଣିର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ପ୍ରଦାନ ସହ ତାଙ୍କ ନେତୃତ୍ୱରେ କାଶିଆ ଖଣି ଏହି କୀର୍ତ୍ତିମାନ ହାସଲ କରିପାରିଛି। ଏହି ସଫଳତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପାଇଁ କେବଳ ଏକ ସଂଖ୍ୟା ନୁହେଁ, ବରଂ ନିରାପତ୍ତାର ସହ କାର୍ଯ୍ୟ କରିବା ପାଇଁ କମ୍ପାନିର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରିଛି। କାର୍ଯ୍ୟକ୍ଷେତ୍ରର ପ୍ରତ୍ୟେକ ସୋପାନରେ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଧାନ୍ୟ ଦେବା ହିଁ ସୁରକ୍ଷିତ ଶ୍ରମ ଘଣ୍ଟା ହାସଲ କରିବା କ୍ଷେତ୍ରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଅଗ୍ରଣୀ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories