www.samajalive.in
Sunday, December 7, 2025
13.1 C
Bhubaneswar

ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷକ ପ୍ରଶିକ୍ଷଣ ଶିବିର

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ପରିସରରେ ଶନିବାର ସିବିଏସ୍‌‌ଇ ପରିଚାଳିତ ଶିକ୍ଷକ ପ୍ରଶିକ୍ଷଣ ଶିବିର ସହ ଶିକ୍ଷଣ ଫଳାଫଳ ଶିକ୍ଷାନୀତି ସଂସ୍କାର ସମ୍ପର୍କରେ ଶିକ୍ଷକଙ୍କ କ୍ଷମତା ନିର୍ମାଣ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସିବିଏସ୍‌‌ଇ ନିଯୁକ୍ତ ଓଡିଏମ୍‌‌ ପବ୍ଲିକ୍‌‌ ସ୍କୁଲ ଭୁବନେଶ୍ୱରର ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ ଓ ଡିଏଭି ପବ୍ଲିକ୍‌‌ ସ୍କୁଲ କଳିଙ୍ଗନଗର ଭୁବନେଶ୍ୱରର ଅଧ୍ୟକ୍ଷ ମହେଶ୍ୱର ମହଲ ପ୍ରଶିକ୍ଷକ ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଉନ୍ନତମାନର ଶିକ୍ଷା ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାର ମାନ ଓ ପରିବର୍ତ୍ତିତ ଶିକ୍ଷାନୀତି ସମ୍ପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ଚେୟାରମ୍ୟାନ ଇଂ ଦେବବ୍ରତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ପ୍ରାରମ୍ଭରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରବୋଧ କୁମାର ମିଶ୍ର ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଇଂ ମୃତ୍ୟୁଞ୍ଜୟ ନାୟକ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

- Advertisement -

ଉପାଧ୍ୟକ୍ଷ ନଦୀମ ପରୱେଜ ଓ ସଞ୍ଜୁକ୍ତା ଦାସ ଶିବିରକୁ ପରିଚାଳନା କରିଥିବା ବେଳେ ଉପସଭାପତି କିରନ ଭାରତୀ ଯୋଗଦେଇ ପ୍ରତିଦ୍ୱନ୍ଦିତାମୂଳକ ଯୁଗରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷକ ଲଗ୍ନଜିତ ସାହୁ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଉପାଧ୍ୟକ୍ଷ ନଦୀମ ପରୱେଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories