www.samajalive.in
Monday, December 8, 2025
14.1 C
Bhubaneswar

କେନ୍ଦୁଝରରେ ଇଦ-ଉଲ-ଫିତର ପାଳିତ

କେନ୍ଦୁଝରଗଡ଼ : ଦୀର୍ଘ ମାସେବ୍ୟାପୀ କଠୋର ସାଧନା ସହ ସଂଯମ କରି ରମଜାନ ପାଳିବା ପରେ ଗୁରୁବାର ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀଙ୍କ ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌‌-ଉଲ-ଫିତର କେନ୍ଦୁଝର ପୁରୁଣାବଜାରସ୍ଥିତ ଜୁମ୍ମା ମସ୍‌‌ଜିଦରେ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି। ଭୋରରୁ ମୁସଲମାନ ସମ୍ପ୍ରଦାୟ ସ୍ଥାନୀୟ ମସଜିଦରେ ଉପସ୍ଥିତ ରହି ସମୂହ ପ୍ରାର୍ଥନାରେ ଯୋଗଦେଇ ନମାଜ ପାଠ କରି ବିଶ୍ୱ ଭାତୃତ୍ୱ, ହିଂସା ଦ୍ୱେଷ ମୁକ୍ତ ପୃଥିବୀ ଗଠନ ପାଇଁ ପ୍ରାର୍ଥନା କରିଥିଲେ। ଜୁମ୍ମା ମସଜିଦର ଇମାମ୍‌‌ ଇରସାଦ ଆଲାମ ଫୈଜିଙ୍କ ଦ୍ୱାରା ମିଳିତ ନମାଜ ପାଠ ସହ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ମୁସଲମାନ ସମ୍ପ୍ରଦାୟକୁ ଅବଗତ କରିଥିଲେ।

ଅବଦୁଲ ହବିବ, ଖୋଦାବକ୍ସ ଖାନ, ଅବଦୁଲ ସୁରଜ ଖାନ, ସେକ୍‌‌ ଜୈବୁଲ ହକ୍‌‌, ଅବଦୁଲ ରସିଦ, ଅବଦୁଲ ଜବାର କୁରୈସି, ରମଜାନ ଅଲ୍ଲୀ, ଅହମ୍ମଦ କୁରୈସି, ରୋଶନ ଖାନ, ଆହାନ ଖାନ, ଜାହିଦ କାଦରୀ, ଜାବେଦ ଏସ.କେ.ଫିରୋଜ, ଲତିଫ୍‌‌ ମହମ୍ମଦ ପ୍ରମୁଖ ନେତୃତ୍ୱ ନେଇ ଶାନ୍ତିଶୃଙ୍ଖଳାର ସହ ରମଜାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ପରଷ୍ପର ମଧ୍ୟରେ ମିଠା ଖୁଆଇ ଶାନ୍ତି ଓ ସୌହାର୍ଦ୍ୟର ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ହିନ୍ଦୁ ଭାଇ ମାନଙ୍କ ପକ୍ଷରୁ ମୁସଲମାନ ଭାଇ ମାନଙ୍କୁ ଇଦ୍‌‌ ଶୁଭେଛା ଜଣାଇବା ଅବସରରେ ସୁସ୍ଥ ପରମ୍ପରା ବଜାୟ ରଖିଥିଲେ। କେନ୍ଦୁଝର ସଦର ବିଜେଡି ପ୍ରାର୍ଥୀ ମୀନା ମାଝୀ କେନ୍ଦୁଝର ସହରରେ ଥିବା ସମସ୍ତ ମସ୍‌‌ଜିଦ୍‌‌ରେ ପହଞ୍ଚି ମୁସଲମାନ ଭାଇଭଉଣୀ ମାନଙ୍କୁ ପବିତ୍ର ଇଦ୍‌‌ ଶୁଭେଛା ଜଣାଇଥିଲେ।

- Advertisement -

ସହରର ମାଗୁରଗାଡିଆ ମସଜିଦ୍‌‌ରେ ମୌଲାନା ଅମିର ହମଜା, ବୁଲାଦ୍ୱାରସାହିସ୍ଥିତ ମସଜିଦ୍‌‌ରେ ମୌଲାନା ତାହିର ହୁସେନ, ସିରାଜୁଦ୍ଦିନଛକ ଜାମା ମସଜିଦ୍‌‌ରେ ମୌଲାନା ମହମ୍ମଦ ଖାଲିଦ, ରାଇସୁଆଁ ଜାମା ମସ୍‌‌ଜିଦରେ ମୌଲାନା ମହମ୍ମଦ ମମତାଜ୍‌‌ଙ୍କ ସମେତ ଝୁମ୍ପୁରା ଜୁମ୍ମା ମସଜିଦ୍‌‌, ଲାଲ ମସଜିଦ୍‌‌, ଥାନା ମୋହଲ୍ଲା ମସଜିଦ୍‌‌, ଇସଲାମପୁର ମସଜିଦ, ସହିଦନଗର ମସଜିଦ, ଘଟଗାଁ କୁସୁନପୁର ମସଜିଦ୍‌‌, ଯୋଡା ମଦିନା ମସଜିଦ୍‌‌, ବଡବିଲ ଜୁମ୍ମା ମସଜିଦ୍‌‌, ଚମ୍ପୁଆ ଅହଲେ ହଦିସ ମସଜିଦ୍‌‌ ଓ ଉସ୍ମାନ ଗନୀ ମସଜିଦ୍‌‌ରେ ନିଜ ନିଜ ମୌଲାନା ନମାଜ ପାଠ କରାଇବା ସହ ଆଲ୍ଲାଙ୍କ ପବିତ୍ର ବାଣୀ ସମ୍ପର୍କରେ ବିସ୍ତୃତ ବାଖ୍ୟା କରିଥିଲେ। ବହୁ ଯୁବ ମୁସଲିମ୍‌‌ ସ୍ୱେଛାସେବୀ ଶୃଙ୍ଖଳିତ ଭାବେ ନମାଜ ପାଠ କରାଇବାରେ ସହାୟତା କରିବା ସହ ଆନନ୍ଦର ସହ ଇଦ୍‌‌-ଉଲ-ଫିତର ପାଳନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories