www.samajalive.in
Saturday, December 6, 2025
14.1 C
Bhubaneswar

ଭୟଙ୍କର ଅଗ୍ନିକାଣ୍ଡ ; ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କେନ୍ଦୁଝରଗଡ଼ : କେନ୍ଦୁଝର ସହରର ମଧ୍ୟଭାଗରେ ଥିବା ଡେଲି ମାର୍କେଟରେ ସୋମବାର ଭୋରରୁ ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର ହୋଇ ଯାଇଥିବା ବେଳେ ୧୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ସୋମବାର ଭୋର ପ୍ରାୟ ୫ଟା ୧୫ମି.ରେ ଡେଲି ମାର୍କେଟରେ ଥିବା ଖଗ ମହାନ୍ତିଙ୍କ ମସଲା ଦୋକାନରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିବା ପରେ କିଭଳି ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବ ସେ ନେଇ ଅଗ୍ନିଶମ ବାହାୀନିକୁ ଖବର ଦିଆଯିବା ସହ ଡେଲି ମାର୍କେଟର ସମସ୍ତ ବ୍ୟବସାୟୀଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବ୍ୟବସାୟୀଙ୍କ ପକ୍ଷରୁ ନିକଟସ୍ଥ ଘର ମାନଙ୍କରୁ ପାଣି ସଂଗ୍ରହ କରାଯାଇ ଓ ଘରୋଇ ଟ୍ୟାଙ୍କର ଯୋଗେ ପ୍ରଥମେ ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଖବରପାଇ କେନ୍ଦୁଝର ଅଗ୍ନିଶମ ସମେତ ପାଟଣା, ଘଟଗାଁ, ବାଂଶପାଳ ଓ ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ କାରଖାନାର ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଯାଇ ୪ଘଣ୍ଟା ବ୍ୟଧାନରେ ସକାଳ ପ୍ରାୟ ୯ଟା ୧୫ମି.ରେ ନିଆଁକୁ ଆୟତ୍ତ କରାଯାଇଥିଲା।
ଘଟଣା ସ୍ଥଳରେ ଜିଲ୍ଲାପାଳ ଆଶିଷ ଠାକରେ ,ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝରଗଡ ନଗରପାଳ ନିକୁ ସାହୁ, ଉପନଗରପାଳ ବରଦା ପ୍ରସନ୍ନ ଦାସ, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବିଜେଡି ନେତା ସୌମ୍ୟଶଙ୍କର ଚକ୍ର, ପୌର ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ସଦଳବଳେ ପହଞ୍ଚି ଅଗ୍ନିକାଣ୍ଡକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ନେଇ ଉଦ୍ୟମ କରିଥିଲେ। ରାସ ପୂଜା କମିଟି ପରିଚାଳିତ ଏହି ବଜାରରେ ଅଗ୍ନିକାଣ୍ଡ ଘଟିଥିବା ଖବରପାଇ କମିଟି ସଭାପତି କୈଳାସ ଚନ୍ଦ୍ର ପଣ୍ଡା, ସମ୍ପାଦକ ହରିଶ୍ଚନ୍ଦ୍ର ଦାସ, ମାର୍କେଟ ଚେୟାରମ୍ୟାନ ମାନସ କୁମାର ସାହୁ ପ୍ରମୁଖ ବଜାରର ବ୍ୟବସାୟୀଙ୍କ ସହ ମିଶି ଅଗ୍ନିକାଣ୍ଡ ନିୟନ୍ତ୍ରଣ ନେଇ ପ୍ରୟାସ ଜାରି ରଖିଛନ୍ତି। ଅଗ୍ନିକାଣ୍ଡ ନିୟନ୍ତ୍ରଣାଧିନ ଥିଲେ ହେଁ କାଳେ କେଉଁ ସ୍ଥାନରେ ନିଆଁ ରହି ଯାଇଥିବ ସେ ନେଇ ଜେସିବି ମେସିନ ସାହର୍ଯ୍ୟରେ ଅଗ୍ନିକାଣ୍ଡ ଘଟିଥିବା ଦୋକାନକୁ ତୁରନ୍ତ ସଫାସୁତୁରା କରାଯାଇ ମାର୍କେଟରେ ଥିବା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେ ଦିଗରେ କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ମାର୍କେଟ ଚେୟାରମ୍ୟାନ ଶ୍ରୀ ସାହୁ କହିଛନ୍ତି। ଅଗ୍ନିକାଣ୍ଡର ସଠିକ୍‌‌ କାରଣ ଜଣାପଡି ନଥିଲେ ହେଁ ବିଦ୍ୟୁତ୍‌‌ ସଟ୍‌‌ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବ୍ୟବସାୟୀଙ୍କୁ କିଭଳି ଉପଯୁକ୍ତ ଥଇଥାନ ସହ କ୍ଷତିପୂରଣ ମିଳିପାରିବ ସେ ନେଇ ରାସ ପୂଜା କମିଟି ପକ୍ଷରୁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା କମିଟି ସଭାପତି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories