www.samajalive.in
Saturday, December 6, 2025
23.1 C
Bhubaneswar

୫୨ କିଗ୍ରା ଗଞ୍ଜେଇ ଜବତ ; ୨ ଗିରଫ 

ସମ୍ବଲପୁର : ସମ୍ବଲପୁର ଜିଲାରେ ନିଶା କାରବାର ଉପରେ ପ୍ରଭାବୀ ଅଙ୍କୁଶ ଲଗାଇବା ଲକ୍ଷ୍ୟ ନେଇ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ନିୟମିତ ଧରପଗଡ ଅଭିଯାନ କ୍ରମରେ ରବିବାର ସକାଳ ସମୟରେ ୫୨ କିଗ୍ରା ଗଞ୍ଜେଇ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ରାଜ୍ୟ ରାଜପଥ ସଂଖ୍ୟା ୧୦ ବିଜୁ ଏକ୍ସପ୍ରେସ ୱେର ଶାସନ ଛକ ନିକଟରେ ଚେକିଂ କରାଯାଉଥିଲା। ଏହି ସମୟରେ ଏକ ସନ୍ଦିଗ୍ଧ ବୋଲେରୋ ଗାଡିକୁ ଅବକାରୀ ଦଳ ଅଟକାଇଥିଲେ। ଗାଡିକୁ ଯାଞ୍ଚ କରିବାରୁ ପ୍ରଥମେ କିଛି ମିଳି ନ ଥିବା ବେଳେ ପରବର୍ତ୍ତୀ ସମୟରେ ଗାଡିରେ ଲୁକ୍କାୟିତ ଭାବରେ ରଖାଯାଇଥିବା ଗଞ୍ଜେଇ ଗୁଡିକ ଗନ୍ଧ ହେବାରୁ ଗାଡିକୁ ତନତନ କରିବା ପରେ ସେଠାରେ ଥିବା ଚାମ୍ବର ଗୁଡିକ ଜଣାପଡିଥିଲା। ଗାଡିର ଆଗ ସିଟ, ପଛ ସିଟ, ମଝି ସିଟ ଓ ଡିକି ଆଦିରେ ଅତି ଚତୁରତାର ସହିତ ଫିଲ୍ମୀ ଷ୍ଟାଇଲରେ ଗୁପ୍ତ ଚାମ୍ବର ଗୁଡିକ ନିର୍ମାଣ କରାଯାଇ ସେଠାରେ ଗଞ୍ଜେଇ ଗୁଡିକୁ ଲୁଚାଇ ଚାଲାଣ କରାଯାଉଥିଲା। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ଏ ସର୍ମ୍ପକରେ ଝାଡଖଣ୍ଡ ରାଜ୍ୟ ନିବାସୀ ଅବଦୁଲ ହୁସେନ (୪୯) ଓ ବିହାର ରାଜ୍ୟ ନିବାସୀ କରନ କୁମାର (୨୭)ଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। କୋରାପୁଟର ସେମଳିଗୁଡାରୁ ଝାଡଖଣ୍ଡ ରାଜ୍ୟର ବୋକାରୋ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ଦଳର ଜେରା ସମୟରେ ଜଣାପଡିଛି। ଏହି ରୁଟରେ ସେମାନେ ପ୍ରଥମ ଥର ପାଇଁ ଗଞ୍ଜେଇ ଚାଲାଣ କରୁଥିବାର ସ୍ୱିକାର କରିଥିବା ବେଳେ ଅବକାରୀ ବିଭାଗ ପୂର୍ବରୁ ମଧ୍ୟ ସେମାନେ ଏଭଳି ଗଞ୍ଜେଇ ଚାଲାଣ କରିଥିବାର ଅନୁମାନ କରି ତଦନ୍ତ କରୁଛି ବୋଲି ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories