www.samajalive.in
Saturday, December 6, 2025
26.1 C
Bhubaneswar

ଡେଲି ମାର୍କେଟରେ ଅଗ୍ନିକାଣ୍ତ,ଜଳିଗଲା ବ୍ୟବସାୟୀଙ୍କ ଦୋକାନ

କେନ୍ଦୁଝର ସଦର : କେନ୍ଦୁଝର ସହର ଡେଲି ମାର୍କେଟରେ ଆଜି ସକାଳୁ ଅଗ୍ନିକାଣ୍ତ ଘଟିଛି। ସର୍ଟ ସର୍କିଟ ଦ୍ବାରା ଅଗ୍ନିସଂଯୋଗ ହେବା ଫଳରେ ବଜାର ଭିତରେ ଥିବା ୫୦ରୁ ଅଧିକ ଖୁଚୁରା ଦୋକାନ ଜଳିଯାଇଛି। ନିଆଁ ଖୁବ ଜୋରରେ ମାଡି ଯାଇଥିବାରୁ ଏହାକୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡିଥିଲା। ସାଧାରଣଲୋକେ ବାଲଟି ଗରାରେ ପାଣି ସଂଗ୍ରହ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିଶମ ବିଭାଗର ପାଣିରେ ନିଆଁ ନଲିଭିବା ଫଳରେ ସାଧାରଣ ଲୋକଙ୍କ ଉପଯୋଗୀ ପାଣିଟାଙ୍କି ସହଯୋଗ କରିଥିଲା। ଖବର ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବାବେଳେ ଅତ୍ୟାଧିକ ସାଧାରଣ ଦେଖଣାହାରୀଙ୍କ ଭିଡ ଜମିଥିବାରୁ କେନ୍ଦୁଝର ପୁଲିସ ବିଭାଗର ଏସଡିପିଓଙ୍କ ଉପସ୍ଥିତିରେ ପୁଲିସ ତଥା ଯୁବକ ମାନଙ୍କ ଦ୍ବାରା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଥିଲେ। ତେବେ ଦୀର୍ଘ ୪ଘଣ୍ଟା ପରେ ମଧ୍ୟ ସଂପୂର୍ଣ୍ଣ ଭାବରେ ନିଆଁ ଆୟତ୍ତ ହୋଇପାରି ନଥିଲା। ନିଆଁ ଲିଭିବା ପରେ କ୍ଷୟକ୍ଷତିର ଆକଳନ କରାଯିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories