ଧରାପଡ଼ିଲେ ୧୧ ଲୁଟେରା

କେନ୍ଦୁଝର: ଡକାୟତି ଯୋଜନାବେଳେ ନାବାଳକ ସମେତ ୧୧ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଝୁମ୍ପୁରା ଥାନା କଟଲପଶି-ଧାଟିକା ରାସ୍ତାରେ ଲୁଟ ଉଦ୍ୟମବେଳେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କଠାରୁ ନଗଦ ୨୫୦୦ ଟଙ୍କା ସହ ଲୁହା ରଡ, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।
ଗତ କିଛି ଦିନ ହେଲା ଏହି ଲୁଟେରା ଦଳ ଝୁମ୍ପୁରା ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ଯିବାଆସିବାକରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ କରୁଥିଲେ। ଏପରିକି ଯଦି କେହି ଗାଡ଼ି ନ ଅଟକାଇ ପଳାଇ ଯାଉଥିଲେ ସେମାନଙ୍କୁ ଆକ୍ରମଣ କରୁଥିଲେ।

ଗତକାଲି ରାତିରେ ସେମାନେ ଝୁମ୍ପୁରା ଥାନା କଟଲପଶି-ଧାତିକା ରାସ୍ତାରେ ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ଚାଳକମାନଙ୍କୁ ଭୟଭୀତ କରି ଲୁଟ୍ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ସେଠାରୁ ପୁଲିସ ୧୧ ଜଣଙ୍କୁ ଧରିଥିଲା ଓ ସେମାନଙ୍କଠାରୁ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.