www.samajalive.in
Thursday, December 11, 2025
13.1 C
Bhubaneswar

ବିକଶିତ ଭାରତ ସଂକଳ୍ପର ଏକ ପ୍ରମୁଖ ଆଧାର ପିଏମ- ଜନମନ

କେନ୍ଦୁଝରଗଡ : ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ – ଜନମନ ) ଯୋଜନାରେ କେନ୍ଦୁଝର ଜିଲାର ୪ ଟି ବ୍ଲକର ୧୫୬ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଯୋଜନାରେ ଅତି ଅନୁନ୍ନତ ଜନଜାତି ସମୂହର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୧୧ଟି ମନ୍ତ୍ରାଳୟର କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି।

ପିଏମ ଜନମନ ଅଧୀନରେ ୮୭୧୫ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୦୬୭ ଜଣ ହିତାଧିକାରୀଙ୍କ ଘର ଅନୁମୋଦନ କରାଯାଇଛି। ସମସ୍ତ ଜନବସତିରେ ଶିବିର କରାଯାଇ ଆଧାର ପଞ୍ଜିକରଣ କରାଯାଇଛି। ଏଥିରେ ୮୭୫ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ସେହିପରି ୨୪୮୬ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ କରାଯାଇଛି। ଏହାସହିତ ଏ ସଂକ୍ରାନ୍ତରେ ନୂତନ ଦରଖାସ୍ତ ଗ୍ରହଣ କରାଯାଇ ପର୍ଯ୍ୟାୟକ୍ରମେ ସେଗୁଡିକୁ ମଧ୍ୟ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଅଧୀନରେ ୧୫୬୯୪ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯିବା ସହ ୨୫୨୪ ଜଣ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି। ସେହିଭଳି ୩୯୫୪ ଜଣଙ୍କୁ ଜାତିଗତ ପ୍ରମାଣପତ୍ର ହସ୍ତାନ୍ତର କରାଯାଇଛି ଓ ୪ଟି ବହୁମୁଖୀ କେନ୍ଦ୍ର ଖୋଲାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାର ୨ଟି ଗ୍ରାମକୁ ଆଦର୍ଶ ଗ୍ରାମରେ ଅନ୍ତର୍ଭୁକ୍ତ କରାଯାଇଛି।

- Advertisement -

ସରକାରଙ୍କ ଦ୍ବାରା ଏକ ନୂତନ ଯୋଜନା ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପ୍ରଚଳିତ ହୋଇଛି । ଉକ୍ତ ଯୋଜନାରେ କେନ୍ଦୁଝର ଜିଲାର ୧୩ଟି ବ୍ଲକର ୮୦୭ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉନ୍ନତ ଅଭିଯାନରେ ୧୭ଟି ମନ୍ତ୍ରଣାଳୟର ୨୫ଟି କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି।

ଆଉ ୩ ଦିନ.. ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ସୂଚନାଯୋଗ୍ୟ ଯେ, ଗତ ୨୦୨୪ ମସିହା ନଭେମ୍ବର ୧୫ ତାରିଖରେ ଜିଲାସ୍ତରୀୟ ଜନଜାତୀୟ ଗୌରବ ଦିବସ କେନ୍ଦୁଝରଠାରେ ଅନୁଷ୍ଠିତ ହୋଇଥିଲା। ଏଥ‌ିରେ ପ୍ରାୟ ୫୦୦୦ ଜନଜାତି ବର୍ଗର ଲୋକଙ୍କ ସହ ଜନପ୍ରତିନିଧି ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ।

ବଡ ଖବର ; କମିଲା ସୁନା ଦାମ୍‌, ୭ ହଜାର ହେଲା ଶସ୍ତା!

ଆସନ୍ତା ଜୁନ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଗ୍ରାମ୍ୟସ୍ତରରୁ ବ୍ଲକସ୍ତର ଓ ଜିଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ସୂଚନା – ଶିକ୍ଷା – ଯୋଗାଯୋଗ କାର୍ଯ୍ୟକ୍ରମ ଶିବିର ମାଧ୍ୟମରେ ଅନୁଷ୍ଠିତ ହେବ।
ଏହି ପ୍ରରିପ୍ରେକ୍ଷୀରେ ଜିଲାପାଳ ଵିଶାଲ ସିଂହ ପିଏମ – ଜନମନ ଯୋଜନା ଓ ଧରତୀ ଆଵା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏହି ଦୁଇଟି ଯୋଜନା ଜନଜାତି ବର୍ଗର ବ୍ୟକ୍ତିଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସ୍ୱାଭିମାନ ସହକାରେ ବଞ୍ଚିବା ପାଇଁ ସହାୟକ ହେଇପାରିଛି ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ମୌଳିକ ସୁବିଧା ସୁଯୋଗ ପାଇବା ସହିତ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ଏବଂ ଏହି ଅଭିଯାନକୁ ଆଗକୁ ଆହୁରି ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଇ ଅଧିକ ଲୋକଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories