ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପରିଚାଳିତ ୧୦ମ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲାର ଛାତ୍ର ପ୍ରୟାସ ରାଉତ ସଫଳତା ହାସଲ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରି କୃତିତ୍ଵ ହାସଲ କରିଛନ୍ତି। ମୋଟ ୫୦୦ ନମ୍ବରରୁ ସେ ୯୮.୨ ପ୍ରତିଶତ ଅର୍ଥାତ ୪୯୧ ନମ୍ବର ରଖିଛନ୍ତି। ପ୍ରୟାସଙ୍କ ଘର କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ମେଘପୁର ଗ୍ରାମରେ। ସେ କେନ୍ଦ୍ରାପଡ଼ାର ବାରୋସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ମା’ବାପା ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସେ ନିଜ ସଫଳତାର ଶ୍ରେୟ ଦେଇଛନ୍ତି।
Popular Categories



