www.samajalive.in
Saturday, December 6, 2025
23.1 C
Bhubaneswar

କ୍ରସରରୁ ଲୁହା ଚୋରି ଅଭିଯୋଗ ରେ ୩ ଗିରଫ

ପାଟଣା – ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଜୁରୀଜୁଆଣି ସ୍ଥିତ ଗାୟତ୍ରୀ କ୍ରସରରୁ ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଖଜୁରୀଜୁଆଣି ଗ୍ରାମର ଦିବ୍ୟାଲୋଚନ ନାୟକ(୨୦) ଓ ଦିନବନ୍ଧୁ ନାୟକ (୪୦) ଏବଂ ଢେଙ୍କିକୋଟ ର ରାଜେଶ କୁମାର ସାହୁ (୨୪) ।

କ୍ରସର କାମ ବନ୍ଦ ଥିବାବେଳେ ଏହାକୁ ଘରୋଇ ସୁରକ୍ଷା କର୍ମୀ ଜଗି ରହିଥିଲେ। ଏହା ସତ୍ତ୍ୱେ ବାରମ୍ବାର ଲୁହା ସାମଗ୍ରୀ ଚୋରୀ ହେଉଥିଲା । ଗତ ୨୧ ତାରିଖ ରାତି ସୁରକ୍ଷା କର୍ମୀ ଦେବାଶିଷ ମହାନ୍ତଙ୍କୁ ପଥର ମାରି ତିନି ଜଣ ଚୋର ପାଞ୍ଚ କ୍ଵିଣ୍ଟାଲ ପାଖାପାଖି ଲୁହା ସାମଗ୍ରୀ ଚୋରୀ କରିଥିଲେ । ପୁଲିସ ଏହି ଗିରଫ ଅଭିଯୁକ୍ତ ମାନଙ୍କୁ ଗିରଫକରିବା ସହ କୋର୍ଟ ଚାଲାଣ କରିଛି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories