କଲମପୁର:ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ୧୨ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ଥୁଆମୂଳ ରାମପୁର ଅଞ୍ଚଳରେ ଘଟଣା ଘଟିଛି ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ମହୁଲପାଟଣା ଫାଣ୍ଡି ଅଧିନସ୍ଥ ଉପରଚବରୀ ଗ୍ରାମର ଈଶ୍ୱର ନାଏକଙ୍କ ୧୨ ବର୍ଷର ପୁଅ ଦେବାଶିଷ ବୁଧବାର ସକାଳୁ ଗାଁର ପୋଖରୀକୁ ଗାଧୋଇବାକୁ ଯାଇ କୌଣସି କାରଣରୁ ପହଁରି ନପାରି ପାଣିରେ ବୁଡି ଯାଇଥିଲା ।
। ଏନେଇ ଥୁଆମୂଳ ରାମପୁର ଥାନାକୁ ସୂଚନା ମିଳିବା ପରେ ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀ ଓ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ସେଠାରେ ପହଞ୍ଚି ପୋଖରୀରୁ ମୃତ ନାବାଳକର ଶବ ଉଦ୍ଧାର କରିଛନ୍ତି। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏନେଇ ଥୁଆମୂଳ ରାମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।



