କୁଆଁପାଳ : ସତ୍ୟନାରାୟଣ ମହାନ୍ତି ମାହାଙ୍ଗା ପଞ୍ଚାୟତ ସମିତି ଉପାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଶ୍ରୀ ମହାନ୍ତି ୨୭ଖଣ୍ଡ ଭୋଟ ପାଇ ବିରୋଧୀ ବଜେପି ସମର୍ଥିତ ପ୍ରାର୍ଥୀ ଧ୍ରୁବଚରଣ ସମାଲଙ୍କୁ ପରାଜିତ କରି ଉପାଧକ୍ଷ ହୋଇଛନ୍ତି। ଧ୍ରୁବଚରଣ ମାତ୍ର ୧୦ଖଣ୍ଡ ଭୋଟ ପାଇଥିଲେ। ଉପାଧକ୍ଷ ଭାବେ ନିର୍ବାଚିତ ହେବା ପରେ ସତ୍ୟନାରାୟଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏଥିପାଇଁ ଶ୍ରେୟ ପ୍ରଦାନ କରିବା ସହିତ ମାହାଙ୍ଗାର ସମସ୍ତ ବିଜେଡି ନେତୃମଣ୍ଡଳୀ ଓ କର୍ମୀ ମାନକୁ କୃତଜ୍ଞତା ଜଣାଇଛନ୍ତି।
Popular Categories



