www.samajalive.in
Saturday, December 6, 2025
19.1 C
Bhubaneswar

ଦେଶୀ ଯୁଗାଡ-ତେଲେଙ୍ଗାନାରେ ଜଣେ ବ୍ୟକ୍ତି ତିଆରି କଲେ କାଠର ଟ୍ରେଡ୍‌ ମିଲ୍‌

ବ୍ୟାୟାମ ପାଇଁ ଏବେ ଅନେକ ସାମଗ୍ରୀ ବ୍ୟବହାର କରାଯାଉଛି । ତା ମଧ୍ୟରୁ ଟ୍ରେଡ୍‌ ମିଲ୍‌ ଅନ୍ୟତମ । ଏହାର ଦାମ୍‌ ମଧ୍ୟ ବେଶ୍‌ ଅଧିକ । ଯେତେ ଫିଚର ଅଧିକା ଟ୍ରେଡ୍‌ ମିଲ୍‌ ଦାମ୍‌ ସେତେ ଅଧିକ ।

ହେଲେ ଜଣେ ବ୍ୟକ୍ତି ଏବେ ଶସ୍ତାରେ ଏକ ଟ୍ରେଡ୍‌ ମିଲ୍‌ ତିଆରି କରିଛନ୍ତି । ଏହାକୁ ଆମ ଦେଶରେ ତିଆରି କରାଯାଇଛି । ଦେଶୀ ଯୁଗାଡ୍‌ ନାଁରେ ଏହା ବେଶ୍‌ ଭାଇରାଲ୍‌ ହେଲାଣି । କାଠରେ ଏହି ଟ୍ରେଡ୍‌ ମିଲ୍‌କୁ ତିଆରି କରାଯାଇଛି ।

- Advertisement -

ଏହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି । ବ୍ୟକ୍ତି ଜଣଙ୍କ ବେଶ୍‌ ସୁନ୍ଦର ଭାବେ ଏହାକୁ ମନଧ୍ୟାନ ଦେଇ ତିଆରି କରିବା ସହ ଏହା ଉପରେ ଚାଲି ପାରୁଛନ୍ତି । ତେଲେଙ୍ଗାନାର ଜଣେ ମନ୍ତ୍ରୀ ମଧ୍ୟ ଏହାକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ସହ ଏହାର ପ୍ରଶଂସା କରିଛନ୍ତି ।

ତେଲେଙ୍ଗାନାର ଏହି ବ୍ୟକ୍ତିଙ୍କୁ ସରକାରୀ ପ୍ରୋତ୍ସାହନ ଯେଗାଇ ଦେବା ପାଇଁ ସେ କହିଛନ୍ତି । ତାଙ୍କର ଏହି ଟ୍ରେଡ୍‌ ମିଲ୍‌ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରଶଂସା ସାଉଁଟିଲାଣି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories