www.samajalive.in
Saturday, December 6, 2025
14.1 C
Bhubaneswar

ଆପ୍‌ର ଦିଲ୍ଲୀ ଦଖଲ, ସିଂହାସନରେ ବସିବେ କେଜ୍ରିୱାଲ !

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦିଲ୍ଲୀକୁ ଦଖଲ କରିବା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଟ୍ରିକ ବିଜୟ ସହିତ ଦିଲ୍ଲୀ ସିଂହାସନରେ ବସିବା ସମ୍ଭାବନା ଦୃଢ଼ ହୋଇଛି। ଦିଲ୍ଲୀର ଆମ୍‌ ଆଦ୍‌ମୀଙ୍କ ସମର୍ଥନରେ ଆମ୍‌ ଆଦ୍‌ମୀ ପାର୍ଟି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ମୋଟ ୭୦ ଆସନ ମଧ୍ୟରୁ ଆପ୍‌ ଆବଶ୍ୟକଠାରୁ ଅଧିକ ଆସନରେ ଆଗୁଆ ଥିବାବେଳେ ବିଜେପି ବହୁ ପଛରେ ପଡ଼ିଛି। କଂଗ୍ରେସ ଆଦୌ ଖାତା ଖୋଲିପାରି ନାହିଁ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗତ ୮ ତାରିଖରେ ଭୋଟ ଗ୍ରହଣ ହୋଇଥିଲାବେଳେ ମଙ୍ଗଳବାର ଏହାର ଗଣତି ହୋଇଛି। ନିର୍ବାଚନରେ ୬୭୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ ୨୧ କେନ୍ଦ୍ର​ରେ ଭୋଟ ଗଣତି ଚାଲିଛି। ଅପରାହ୍ନ ୩ଟା ସୁଦ୍ଧା ଯେଉଁ ଫଳାଫଳ ମିଳିଛି ସେଥିରୁ ଆପ୍‌କୁ ବହୁମତ ମିଳିସାରିଥିବା କୁହାଯାଉଛି। କାରଣ ୭୦ ଆସନରୁ ସରକାର ଗଠନ ଲାଗି ୩୬ ଆସନରେ ବିଜୟ ଦରକାର ପଡ଼ୁଥିବାବେଳେ ଆପ୍‌ ଏହାଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୬୨ ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପି ମାତ୍ର ୮ ଆସନରେ ଆଗରେ ଅଛି। ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଫଳାଫଳରେ ବଡ଼ ଧରଣର ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଏହାକୁ ବିଚାରକୁ ନିଆଗଲେ କେଜ୍ରିୱାଲଙ୍କ ଆପ୍‌ ପୁଣି ଥରେ ସରକାର ଗଢ଼ିବା ଆଶା ଉଜ୍ଜ୍ଵଳ ହୋଇଛି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।

- Advertisement -

ଗତ ବିଧାନସଭା ନିର୍ବାଚନରେ ଆପ୍‌ ୬୭ ଏବଂ ବିଜେପି ୩ ଆସନରେ ବିଜୟୀ ହୋଇଥିଲା। ଏଥର ବିଜେପି ଭଲ ପ୍ରଦର୍ଶନ କରିଥିଲେ ହେଁ ସରକାର ଗଢ଼ିବା ସମ୍ଭବ ହେବ ନାହିଁ ବୋଲି ଦଳୀୟ ନେତାମାନେ ସ୍ବୀକାର କରିସାରିଛନ୍ତି। ତେବେ ଚଳିତ ଥର ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୫ ରେ ବିଜେପିକୁ ୩୨ ପ୍ରତିଶତ ଭୋଟ ମିଳିଥିବାବେଳେ ଏଥର ଗଣତି ହୋଇଥିବା ଭୋଟରୁ ୩୯ ପ୍ରତିଶତ ମିଳିଛି। ସେହିପରି ୨୦୧୫ରେ ଆପ୍‌କୁ ୫୪ ପ୍ରତିଶତ ଭୋଟ ମିଳିଥିବାବେଳେ ଏଥର ବର୍ତ୍ତମାନ ସୁଦ୍ଧା ଗଣତି ଭୋଟରୁ ୫୩.୬୧ ପ୍ରତିଶତ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories