www.samajalive.in
Saturday, December 6, 2025
14.1 C
Bhubaneswar

ଝିଅ ପ୍ରେମ ବିବାହ କରିବାରୁ ଜୀବନ ହାରିଲେ ପୂରା ପରିବାର

ଗଡ଼ଚିରୋଲି: ମହାରାଷ୍ଟ୍ରରେ ଜଣେ ୨୪ ବର୍ଷୀୟା ଯୁବତୀ ଅନ୍ୟ ଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଯୁବତୀଙ୍କ ପରିବାର ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମାଜରେ ଲୋକଲଜ୍ଜା ଭୟରେ ଯୁବତୀଙ୍କ ମାଆ-ବାପା ଓ ଭାଇ କୂଅକୁ ଡେଇଁ ସାମୂହିକ ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିଛି ଗଡ଼ଚିରୋଲି ଜିଲାରେ।

- Advertisement -

ଗଡ଼ଚିରୋଲି ସହରରେ ରବିନ୍ଦ୍ର ବରଗଣ୍ଟିୱାରଙ୍କ ଝିଅଙ୍କର ଜଣେ ଅନ୍ୟ ଜାତିର ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେହି ଯୁବକଙ୍କୁ ବିବାହ କରିବାକୁ ଯୁବତୀ ଜଣକ ଘରେ ମାଆ-ବାପାଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଏହି ବିବାହ ପାଇଁ ରାଜି ହୋଇ ନ ଥିଲେ। ଏହାପରେ ଯୁବତୀ ଜଣକ କେବଳ ସେହି ଯୁବକଙ୍କୁ ବିବାହ କରିବେ ବୋଲି କହି ଶନିବାର ଘରୁ ପଳାଇଥିଲେ। ରବିବାର ତୀର୍ଥକ୍ଷେତ୍ର ମାର୍କଣ୍ଡାଦେବ ମନ୍ଦିରରେ ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସମ୍ପର୍କୀୟମାନେ ସେମାନଙ୍କୁ ବୁଝାଇବା ସତ୍ତ୍ବେ ବରଗଣ୍ଟିୱାର ପରିବାର ମାନସିକ ଦୁଶ୍ଚିନ୍ତାରେ ଥିଲେ। ଏହାପରେ ଯୁବତୀଙ୍କ ମାଆ-ବାପା ଓ ଭାଇ ସାମୂହିକ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ଦ୍ୱିପ୍ରହରେ ୩ ଜଣ ଯାକ ଆନନ୍ଦନଗର ପରିସରରେ ଥିବା ଖୋଲା କୂଅ ପାଖରେ ପହଞ୍ଚିଥିଲେ। ଏହାପରେ ନିଜ ନିଜ ପାଖରେ ଥିବା ଜିନିଷପତ୍ର କୂଅ ନିକଟରେ ରଖି ୩ ଜଣ ଏକସଙ୍ଗେ କୂଅକୁ ଡେଇଁଥିଲେ।

ଘଟଣା ସହରରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ କୂଅରୁ ଉଦ୍ଧାର କରିଥିଲା। ମୃତକମାନେ ହେଲେ, ରବିନ୍ଦ୍ର ନାଗୋରାଓ ବରଗଣ୍ଟିୱାର(୫୦), ବୈଶାଳୀ ରବିନ୍ଦ୍ର ବରଗଣ୍ଟିୱାର(୪୩) ଓ ସାଇରାମ ରବିନ୍ଦ୍ର ବରଗଣ୍ଟିୱାର(୧୯)।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories