www.samajalive.in
Friday, December 12, 2025
14.1 C
Bhubaneswar

ଗିରଫ ଆଶଙ୍କା : ବିଧାୟକଙ୍କ ବୈଠକ କଲେ କେଜରିୱାଲ

ନୂଆଦିଲ୍ଲୀ : ଅବକାରୀ ନୀତି ଅନିୟମିତତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଯଦି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରେ ତେବେ ସେ ଜେଲ୍‌ରେ ଥାଇ ସରକାର ଚଳାଇବେ । ସୋମବାର ଆମ ଆଦମୀ ପାର୍ଟି (ଆପ୍‌)ର ଦିଲ୍ଲୀ ବିଧାୟକଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅବକାରୀ ନୀତି ଅନିୟମିତତା ମାମଲାରେ କେଜରିୱାଲଙ୍କୁ ଜେରା ନିମନ୍ତେ ଇଡି ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଥିଲା। ମାତ୍ର ସେ ସମନ ଆଧାରରେ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ଏପରିସ୍ଥିତିରେ ଇଡି ତାଙ୍କ ଗିରଫ କରିବାର ଆଶଙ୍କା ରହିଛି। ଇଡିର ସମନକୁ ନେଇ କେଜରିୱାଲ ସୋମବାର ଆପ୍ ବିଧାୟକଙ୍କ ବୈଠକ ଡକାଇଥିଲେ। ବୈଠକରେ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ଲାଗି ବିଧାୟକମାନେ ନିବେଦନ କରିଛନ୍ତି। ଦିଲ୍ଲୀ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ ବିଧାୟକମାନେ କେଜରିୱାଲଙ୍କୁ ଇସ୍ତଫା ନ ଦେବା ଲାଗି କହିଛନ୍ତି। ଯଦି ଇଡି ତାଙ୍କୁ ଗିରଫ କରେ ତେବେ କେଜରିୱାଲ ଜେଲ୍‌ରେ ଥାଇ ସରକାର ଚଳାଇବେ। ଜେଲ୍‌ରୁ ସରକାର ଚଳାଇବା ଲାଗି ଅଦାଲତଙ୍କ ଅନୁମତି ଲୋଡାଯିବ। ଏପରିକି ଜେଲ୍‌ରେ କ୍ୟାବିନେଟ୍ ବୈଠକ କରାଯିବ ବୋଲି ଅତିଶୀ କହିଛନ୍ତି। ଆଗାମୀ ଦିନରେ କେଜରିୱାଲ ଦିଲ୍ଲୀ ମହାନଗର ନିଗମ କାଉନସିଲରଙ୍କ ବୈଠକ କରିବେ। ଇଡିର ସମନକୁ ନେଇ ଆପ୍‌ ନେତା ଓ କର୍ମୀଙ୍କ ମଧ୍ୟରେ ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଛି। ଇଡିର ସମନକୁ ଆପ୍‌ ଅନୈତିକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହିତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି। ଦିଲ୍ଲୀ ଅବକାରୀ ନୀତି ଅନିୟମିତତାକୁ ନେଇ ଇଡି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories