www.samajalive.in
Friday, December 12, 2025
23.1 C
Bhubaneswar

ପତ୍ନୀଙ୍କୁ ୧୭ଥର ଛୁରି ଭୁସି ଓ ଗାଡ଼ି ମଡ଼ାଇ ହତ୍ୟା

ଫ୍ଲୋରିଡା : ପତ୍ନୀ ମେରିନ୍‌ ଜୟ (୨୬)ଙ୍କୁ ୧୭ଥର ଛୁରି ଭୁସି ହତ୍ୟା କରିବା ମାମଲାରେ କେରଳୀ ଯୁବକ ଫିଲିପ୍‌ ମାଥ୍ୟୁଙ୍କୁ ଆମେରିକାର ଫ୍ଲୋରିଡାସ୍ଥିତ ଅଦାଲତ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଫିଲିପ୍‌ ୨୦୨୦ରେ ପତ୍ନୀଙ୍କ ଗାଡ଼ିକୁ ପ୍ରଥମେ ଅଟକାଇବା ସହ ୧୭ଥର ଛୁରିକାଘାତ କରିଥିଲେ। ମେରିନ୍‌ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବାବେଳେ ସେ ତାଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଥିଲେ। ଏଥିରେ ମେରିନ୍‌ଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଫିଲିପ୍‌ଙ୍କୁ ଗିରଫ କରିଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଅତି ଜଘନ୍ୟ ଭାବେ ହତ୍ୟା କରିଥିବାରୁ ଅଧିକ ୫ ବର୍ଷ କାରା ଦଣ୍ଡାଦେଶ ହୋଇଛି। ସେ ଅଭିଯୋଗ ବିରୋଧରେ ଆପତ୍ତି କରିନଥିବାରୁ ତାଙ୍କର ଖଲାସ ସମ୍ଭବ ନୁହେଁ ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି। ମେରିନ୍‌ ମଧ୍ୟ କେରଳ ବାସିନ୍ଦା। ସେମାନେ ବୃତ୍ତିଗତ ଦୃଷ୍ଟିରେ ଆମେରିକାରେ ରହୁଥିଲାବେଳେ ବୈବାହିକ ସମ୍ପର୍କରେ ବିଭ୍ରାଟ ଘଟିଥିଲା। ଉଭୟ ଅଲଗା ହେବାକୁ ଚାହୁଁଥିଲାବେଳେ ମେରିନ୍‌ଙ୍କୁ ଫିଲିପ୍‌ ହତ୍ୟା କରିଥିଲେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories