www.samajalive.in
Thursday, December 11, 2025
13.1 C
Bhubaneswar

ଶ୍ରୀଲଙ୍କାକୁ ପରାସ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ : କ୍ରିକେଟ୍‌ ବିଶ୍ବକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି ବାଂଲାଦେଶ। ଶ୍ରୀଲଙ୍କା ତରଫରୁ ଆଶାଲଙ୍କା ଶତକ ହାସଲ କରିଥିଲେ। ତେବେ ବାଂଲାଦେଶ ତରଫରୁ ନଜମୁଲ ହୁସେନ ଓ ଅଧିନାୟକ ସାକିବ ଅଲ୍‌ ହସନ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମ୍ୟାଚ୍‌ର ଫଳାଫଳ ବିଶେଷ ଗୁରୁତ୍ବ ରଖୁ ନାହିଁ। କାରଣ ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରେ ନାହାନ୍ତି।
ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ଶ୍ରୀଲଙ୍କାକୁ ଆମନ୍ତ୍ରଣ କରିଥିଲା। ଶ୍ରୀଲଙ୍କା ଦଳ ୪୯.୩ ଓଭରରେ ୨୭୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦଳ ରତଫରୁ ପାଥୁମ ନିଶାଙ୍କା ଓ କୁଶଳ ପରେରା ବ୍ୟାଟିଂ ଓପନ କରିଥିଲେ। ତେବେ ଦଳର ସ୍କୋର ମାତ୍ର ୫ ରନ୍‌ ହୋଇଥିବା କୁଶଳ ବ୍ୟକ୍ତିଗତ ଭାବେ ଗୋଟିଏ ଚୌକା ସହାୟତାରେ ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୁଶଳ ମେଣ୍ଡିସ୍‌ ଓ ନିଶାଙ୍କାଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍‌ ନିମନ୍ତେ ୬୧ ରନ୍‌ର ପାର୍ଟନରସିପ୍‌ ହୋଇଥିଲେ। ଦଳର ସ୍କୋର ୬୬ ରନ୍‌ ହୋଇଥିବାବେଳେ କୁଶଳ ମେଣ୍ଡିସ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ୧୯ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଦଳର ସ୍କୋର ୭୨ ରନ୍‌ ହୋଇଥିବା ବେଳେ ନିଶାଙ୍କା ବ୍ୟକ୍ତିଗତ ଭାବେ ୩୬ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୪୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଚତୁର୍ଥ ୱିକେଟ୍‌ ନିମନ୍ତେ ସମରୱିକରା ଓ ଆଶାଲଙ୍କାଙ୍କ ମଧ୍ୟରେ ୬୩ ରନ୍‌ର ପାର୍ଟନରସିପ ହୋଇଥିଲା। ଦଳର ସ୍କୋର ୧୩୫ ରନ୍‌ ହୋଇଥିବା ବେଳେ ସମରୱିକରମା ବ୍ୟକ୍ତିଗତ ଭାବେ ୪୨ଟି ବଲ୍‌ରୁ ୪ଟି ଚୌକା ସହାୟତାରେ ୪୧ ରନ୍ କରି ଆଉଟ୍‌ ହୋଇଥିଲେ। ସେହି ସ୍କୋରରେ ଆଞ୍ଜେଲୋ ମ୍ୟାଥୁସ୍‌ ଟାଇମ୍ଡ ଆଉଟ୍‌ ହୋଇଥିଲେ। ଷଷ୍ଠ ୱିକେଟ୍‌ ନିମନ୍ତେ ଧନଞ୍ଜୟ ଡି’ ସିଲଭା ଓ ଆଶାଲଙ୍କାଙ୍କ ମଧ୍ୟରେ ୭୮ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୨୧୩ ହୋଇଥିବା ବେଳେ ଧନଞ୍ଜୟ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଦଳର ସ୍କୋର ୨୫୮ ରନ୍‌ ହୋଇଥିବା ବେଳେ ମହେଶ ଥିକସାନା ୨୨ ରନ୍‌ କରି ପ୍ୟାଭିଲିୟନ୍‌କୁ ଫେରିଥିଲେ। ଦଳର ୮ମ ୱିକେଟ୍‌ ପତନ ୨୭୮ ରନ୍‌ରେ ହୋଇଥିଲା। ଏହି ସ୍କୋରରେ ଆଶାଲଙ୍କା ୧୦୫ଟି ବଲ୍‌ରୁ ୬ଟି ଚୌକା ଓ ୫ଟି ଛକା ସହାୟତାରେ ୧୦୮ ରନ୍‌ କରି ଆଉଟ୍‌ ହୋଇଥିଲେ। ବାଂଲାଦେଶ ବୋଲର ତନଜିମ୍‌ ହସନ ସାକିବ ୩ଟି ୱିକେଟ୍ ହାସଲ କରିଥିବା ବେଳେ ସୋରିଫୁଲ ଇସଲାମ, ସାକିବ ଅଲ୍‌ ହସନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ଜବାବରେ ବାଂଲାଦେଶ ୪୧.୧ ଓଭରରେ ୭ ୱିକେଟ୍‌ ବିନିମୟରେ ୨୮୨ ରନ୍ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଓପନର୍‌ ତନଜିମ୍‌ ହସନ ୯ ଓ ଲିଟନ ଦାସ ୨୩ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ତୃତୀୟ ୱିକେଟ୍‌ ନିମନ୍ତେ ନଜମୁଲ ହୁସେନ ଓ ସାକିବ ଚମତ୍କାର ବ୍ୟାଟିଂ କରି ଦଳର ସ୍କୋରକୁ ୨୧୦ ରନ୍‌ରେ ପହଞ୍ଚାଇଥିଲେ। ସାକିବ୍‌ ୬୫ଟି ବଲ୍‌ରୁ ୧୨ଟି ଚୌକା ଓ ୨ଟି ଛକା ସହାୟତାରେ ୮୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୨୧୧ ରନ୍‌ ହୋଇଥିବା ବେଳେ ନଜମୁଲ୍‌ ୧୦୧ଟି ବଲ୍‌ରୁ ୧୨ଟି ଚୌକା ସହାୟତାରେ ୯୦ ରନ୍‌ କରି ଆଉଟ୍‌ ହୋଇଥିଲେ। ମଧୁସନକା ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୨, ରହିମ୍‌ ଗୋଟିଏ ​‌େ​‌ଚୗକା ସହାୟତାରେ ୧୦ ଓ ମେହେଦି ହସନ ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ତୋହିଦ୍‌ ହୃଦୟ ୨ଟି ଛକା ସହାୟତାରେ ୧୫ ଓ ତନଜିମ୍‌ ୨ଟି ଚୌକା ସହାୟତାରେ ୯ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ସାକିବ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories