www.samajalive.in
Tuesday, December 9, 2025
26.1 C
Bhubaneswar

୨୦୨୪ ନିର୍ବାଚନ ଲଢ଼ିବେ ପୁତିନ

କ୍ରେମ୍‌ଲିନ୍‌ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସ୍ବାସ୍ଥ୍ୟବାସ୍ଥାକୁ ନେଇ ନାନା ପ୍ରଚାର ଚାଲିଥିବା ସତ୍ତ୍ବେ ସେ ଆସନ୍ତା ୨୦୨୪ ମାର୍ଚ୍ଚରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଖୁବ୍ ଶୀଘ୍ର ପ୍ରଚାର ଆରମ୍ଭ କରିବେ। ଏହି ନିର୍ବାଚନରେ ବିଜୟୀ ହେଲେ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ। ପୁତିନଙ୍କ ଜନୈକ ପରାମର୍ଶଦାତା ସୂଚନା ଦେଇଛନ୍ତି ଯେ ରୁଷିଆ ପ୍ରତି ସମ୍ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ବିପଦ ସୃଷ୍ଟି ହୋଇଛି। ଏଭଳି ସଂକଟ ସମୟରେ ପୁତିନଙ୍କ ନେତୃତ୍ବ ଦେଶ ପାଇଁ ଅପରିହାର୍ଯ୍ୟ। ପ୍ରାର୍ଥୀ ହେଲେ ପୁତିନ ଜିତିବା ନିଶ୍ଚିତ ବୋଲି ସେ କହିଛନ୍ତି; ତେବେ ପୁତିନଙ୍କ ପ୍ରତିଦ୍ବନ୍ଦ୍ବିତା ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ପୁତିନ ୧୯୯୯ ଡିସେମ୍ବର ୩୧ରୁ ରୁଷିଆ ଶାସନର ମଙ୍ଗ ଧରିଛନ୍ତି। ସର୍ବାଧିକ ସମୟ ରାଷ୍ଟ୍ରପତି ରହି ୭୧ ବର୍ଷୀୟ ପୁତିନ ତାଙ୍କ ପୂର୍ବସୁରୀ ଯୋସେଫ ଷ୍ଟାଲିନ୍‌ ଓ ଲିଓନିଡ ବ୍ରେଜ୍‌ନେଭ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories