www.samajalive.in
Monday, December 15, 2025
14.1 C
Bhubaneswar

କେଜେରିୱାଲଙ୍କ କ୍ଷମାପ୍ରାର୍ଥନାକୁ ଗ୍ରହଣ କଲେନି ଜେଟଲୀ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲଙ୍କୁ ଶକ୍ତ ଝଟକା ଦେଇଛନ୍ତି । ଅନେକ ମାନହାନି ମାମଲାରେ ଛନ୍ଦି ହୋଇପଡ଼ିଥିବା ଅରବିନ୍ଦ ଜଣକ ପରେ ଜଣେ ନେତାଙ୍କୁ କ୍ଷମା ମାଗି ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କ କ୍ଷମାପ୍ରାର୍ଥନାକୁ ଅରୁଣ ଜେଟଲୀ ଗ୍ରହଣ କରିନାହାନ୍ତି ।

ଅରବିନ୍ଦ କେଜେରିୱାଲ ସୋମବାର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, କଂଗ୍ରେସ ନେତା କପିଲ ସିବଲ ଓ ତାଙ୍କ ପୁଅଙ୍କୁ କ୍ଷମା ମାଗିଥିଲେ । ହେଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହି ମାମଲାକୁ ରଫାଦଫା କରିବା ସପକ୍ଷରେ ନାହାନ୍ତି ।

- Advertisement -

ଯେପର୍ଯ୍ୟନ୍ତ ଆପର ଅନ୍ୟ ନେତା ଆଶୁତୋଷ, ରାଘବ ଚଢା ଏବଂ ସଂଜୟ ସିଂହ କ୍ଷମା ମାଗିନାହାନ୍ତି ସେ ପର୍ଯ୍ୟନ୍ତ ସେ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।

କେଜେରିୱାଲ ଅଭିଯୋଗ କରିଥିଲେ ଯେ ୨୦୧୩ରେ ଅରୁଣ ଜେଟଲୀ ଡିଡିସିଏ ଅଧ୍ୟକ୍ଷ ଥିବାବେଳେ ବହୁ ଟଙ୍କାର ଆର୍ଥିକ ହେରଫେର କରିଛନ୍ତି । ଏହାକୁ ନେଇ ଜେଟଲୀ କେଜେରିୱାଲଙ୍କ ସମେତ ଆପର ଅନ୍ୟ ୫ ନେତାଙ୍କ ବିରୋଧରେ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦମା କରିଥିଲେ । ପୂର୍ବରୁ ଅକାଳି ଦଳ ନେତା ତଥା ପଞ୍ଜାବର ପୂର୍ବତନ ରାଜସ୍ୱମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆଙ୍କୁ କ୍ଷମାପ୍ରାର୍ଥନା କରି ଅରବିନ୍ଦ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି । ପଞ୍ଜାବ ଆପର ଅନେକ ନେତା ଓ କର୍ମୀ ତାଙ୍କ ଏଭଳି ପଦକ୍ଷେପକୁ ଘୋର ବିରୋଧ କରିଛନ୍ତି । କିନ୍ତୁ କେଜେରିୱାଲ କ୍ଷମା ମାଗିବାରୁ ଓହରିନାହାନ୍ତି । ସେ ପୂର୍ବ ଟିପ୍ପଣୀ ପାଇଁ ଜଣକ ପରେ ଜଣେ ନେତାଙ୍କୁ କ୍ଷମାପ୍ରାର୍ଥନା କରିବାରେ ଲାଗିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories