www.samajalive.in
Monday, December 15, 2025
17.1 C
Bhubaneswar

ମସ୍କୋ ଉଷୁ ଷ୍ଟାର୍ସ-୨୦୨୩ ଆର୍ନ୍ତଜାତୀକ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ଶ୍ୱେତାରାଣୀଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝରଗଡ଼: ମସ୍କୋ ଉଷୁ ଷ୍ଟାର୍ସ-୨୦୨୩ ଆର୍ନ୍ତଜାତୀକ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ବଡବିଲ ଅଞ୍ଚଳର ଶ୍ୱେତାରାଣୀ ମହାନ୍ତଙ୍କୁ ମସ୍କୋ ଉଷୁ ଷ୍ଟାର୍ସ-୨୦୨୩ ଆର୍ନ୍ତଜାତୀକ ପ୍ରତିଯୋଗିତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ. ପକ୍ଷରୁ ସମ୍ବର୍ଦ୍ଧିିତ କରାଯାଇଛି। କାରଖାନା ଅଡିଟୋରିୟମ ଠାରେ ଏହି ଉଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କାରଖାନାର ମୁଖ୍ୟ ଏମ୍‍.ପୁରୁଷୋତ୍ତମ ଶ୍ୱେତାରାଣୀଙ୍କୁ ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଛା ଜ୍ଞାପନ କରିଥିଲେ। ଶ୍ୱେତାରାଣୀଙ୍କୁ ଜେଏସ୍‍ପିଏଲ ସାମାଜିକ ଶାଖା ଜେଏସ୍‍ପି ଫାଉଣ୍ଡେସନ ପକ୍ଷରୁ ଉଷୁ ଖେଳ ପାଇଁ ତାଲିମ ସହ ସବୁ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଆସିଛି ବୋଲି କହିଥିଲେ।

ଶ୍ରୀ ଫୁରୁଷାତ୍ତମ, ଉପସ୍ଥିତ ଥିବା ପ୍ରତ୍ୟେକ ଖେଳାଳି ଓ ପ୍ରଶିକ୍ଷକ ପଙ୍କଜ କୁମାର ମହାନ୍ତଙ୍କ ସହ ଜେଏସପି ଫାଉଣ୍ଡେସନ ଦ୍ୱାରା ଯାଗାଇ ଦିଅ।।ଯାଉଥିବା ତାଲିମ ସୁବିଧା, କ୍ରୀଡା ଭିତ୍ତିଭୂମି ଆଦିି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲାଚନା କରିବା ସହିତ ଫାଉଣ୍ଡେସନ ମାଧ୍ୟମରେ ଆଗକୁ ଅଧିକକରୁ ଅଧିକ ସୁବିଧା ସୁଯାଗ ଯାଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ମାନବସମ୍ଭଳ ବିଭାଗ ମୁଖ୍ୟ ଶରତ କିଶାର ପଣ୍ଡା, ଅରିଜିତ ବିଶ୍ୱାସ, ଭର୍ଜିଲ ଲାକ୍ରାଙ୍କ ସମେତ ପେଲେଟ୍ ୟୁନିଟ୍ରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁଶ୍ରୀ ମହାନ୍ତଙ୍କ ସହିତ ସମସ୍ତ ଖେଳାଳୀ ରାଜ୍ୟର ପ୍ରତିଭାବାନ କ୍ରୀଡ଼ା ପ୍ରତିଭାଙ୍କୁ ସର୍ବାତ୍ତମ ତାଲିମ ସୁବିଧା ଏବଂ ଆବଶ୍ୟକୀୟ ପ୍ରୋତ୍ସାହନ ଯାଗାଇଦେବା ପାଇଁ ଚେଷ୍ଟା କରି ଆସିଛୁ ଏବଂ ଭବିଷ୍ୟତରେ ମଧ୍ୟ ଏଥିପ୍ରତି ଅଧିକ ଯତ୍ନବାନ ହେବୁ ବୋଲି ସମ୍ବର୍ଦ୍ଧନା ଅବସରରେ ଶ୍ରୀ ପୁରୁଷୋତ୍ତମ ଏହା କହିଛନ୍ତି।

- Advertisement -

ମୁଁ ନିଶ୍ଚିତ ଯେ, ଫାଉଣ୍ଡେସନ ଆମର କ୍ରୀଡ଼ାବିତ୍‍ ମାନଙ୍କ ପାଇଁ ଆଗାମୀ ଦିନରେ ଅଧିକ ସହାୟତା ଯାଗାଇଦେବ ଏବଂ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ସେମାନେ ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବଧା ସବୁର ଫାଉଣ୍ଡେସନ ତା’ର ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶମିତ କରିବାକୁ ଯତ୍ନଶୀଳ ହେବ ବୋଲି କଞ୍ଚାମାଲ ଏବଂ ସ୍ଲରି ପାଇପଲାଇନ ମୁଖ୍ୟ ଆଶିଷ ପାଣ୍ଡେ ଏହି ଅବସରରେ ଏହା କହିଛନ୍ତି। ଶ୍ୱେତାରାଣୀ ଓ ଅନ୍ୟ ସମସ୍ତ ଖେଳାଳି ଜାତୀୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଅଧିକରୁ ଅଧିକ ସମ୍ମାନ ଆଣିବେ ବୋଲି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ କେନ୍ଦୁଝର ଜିଲାର ଯୁବକମାନଙ୍କୁ ଉଷୁ ଖେଳିବାକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେଇଆସୁଛି।

ଫାଉଣ୍ଡେସନ, ଓଡିଶା ରାଜ୍ୟ ଉଷୁ ଆସୋସିଏସନ ସହଯାଗରେ ଦୀର୍ଘ ୧୧ବର୍ଷ ଧରି କେନ୍ଦୁଝର ଜିଲା ଉଷୁ ଖେଳକୁ ପୃଷ୍ଠପୋଷକତା କରି ଆସୁଛି। ଫାଉଣ୍ଡେସନ ସମସ୍ତ ସମ୍ଭାବ୍ୟ ଭିତ୍ତିଭୂମି ସହାୟତା ପ୍ରଦାନ ସହ ତାଲିମ କେନ୍ଦ୍ରର ବିକାଶ, ଜାତୀୟସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ, ଖେଳାଳିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ ଏବଂ ପରିବହନ ସୁବିଧା ଆଦି ବିଗତ ବର୍ଷଗୁଡିକରେ ଶ୍ୱେତାରାଣୀ ମହନ୍ତଙ୍କ ଭଳି ବାବୁଲୁ ଏବଂ ମଞ୍ଜୁ ମୁଣ୍ଡା ଯଥାକ୍ରମେ ବ୍ରାଜିଲ, ବୃନେୟୀ ଏବଂ ମସ୍କୋରେ ଆୟାଜିତ ଆନ୍ତର୍ଜାତୀୟ ଉଷୁ ପ୍ରତିଯୋଗିତାରେ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories