mission shakti banner

କେଦାର ଯାଦବ ଆଇପିଏଲରୁ ବାଦ୍‌

nua o banner
0

ଚେନ୍ନଇ : ଆହତ ହୋଇଥିବା କାରଣରୁ ଚେନ୍ନଇ ସୁପର କିଙ୍ଗ୍‌ସ ଅଲରାଉଣ୍ଡର କେଦାର ଯାଦବ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ଶନିବାର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ କେଦାର ଜଂଘ ମାଂସପେଷୀରେ ଆଘାତ ପାଇଥିଲେ। ଉକ୍ତ ମ୍ୟାଚରେ ଚେନ୍ନଇ ଦଳ ୧୬୬ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରୁଥିବାବେଳେ କେଦାର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ବ୍ୟକ୍ତିଗତ ୧୩ ରନ କରିଥିବାବେଳେ ଆହତ ହେବାଫଳରେ ସେ ପ୍ୟାଭିଲିୟନ ଫେରିଯାଇଥିଲେ। ୧୫୯ ରନରେ ୯ମ ୱିକେଟର ପତନ ଘଟିବାପରେ କେଦାର ପୁଣି କ୍ରିଜକୁ ଫେରିଥିଲେ। ଶେଷ ଓଭରରେ ବିଜୟ ପାଇଁ ଚେନ୍ନଇ ଦଳ ହାତରେ ଗୋଟିଏ ୱିକେଟ ଥାଇ ୭ ରନ ଆବଶ୍ୟକ କରୁଥିଲା। ବିଂଶତମ ଓଭରରେ ମୁସ୍ତାଫିଜୁର ରେହମାନଙ୍କ ବୋଲିଂକୁ କେଦାର ସମ୍ମୁଖୀନ ହୋଇଥିଲେ। ଏହି ଓଭରର ପ୍ରଥମ ତିନିଟି ବଲରୁ ସେ କୌଣସି ରନ ସଂଗ୍ରହ କରିପାରିନଥିଲେ। ତେବେ ଚତୁର୍ଥ ଓ ପଞ୍ଚମ ବଲରେ କେଦାର ଯଥାକ୍ରମେ ୬ ଓ ୪ ରନ ସ୍କୋର କରିବା ଫଳରେ ଚେନ୍ନଇ ଦଳ ୧ ୱିକେଟରେ ନାଟକୀୟ ବିଜୟ ହାସଲ କରିଥିଲା। ଚଳିତ ଆଇପିଏଲରୁ କେଦାର ଯାଦବ ବାଦପଡିବା ଦଳ ପାଇଁ ଚିନ୍ତାର କାରଣ ବୋଲି ଚେନ୍ନଇ ଦଳର ବ୍ୟାଟିଂ ପ୍ରଶିକ୍ଷକ ମାଇକେଲ ହସି କହିଛନ୍ତି। ପରବର୍ତ୍ତୀ ମ୍ୟାଚରେ କେଦାରଙ୍କ ସ୍ଥାନରେ ଅମ୍ବତି ରାୟୁଡୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି ବୋଲି ଆଶା କରାଯାଉଛି।

Leave A Reply