www.samajalive.in
Sunday, December 7, 2025
26.1 C
Bhubaneswar

କାଳବୈଶାଖୀର ତାଣ୍ଡବ: ଗଛ ପଡି ଦୁଇ ଘର ଭାଙ୍ଗିଲା, ତିନି ଗୋରୁ ମୃତ୍ୟୁ

କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ରେଖାଲଗୁଡା ଗ୍ରାମରେ ଗଛ ପଡି ଦୁଇ ଘର ଭାଙ୍ଗିବା ସହ ତିନି ଗୋରୁର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ଅପରାହ୍ନ ୨ସମୟର କାଳବୈଶାଖୀର ପ୍ରଭାବରେ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ  ରେଖାଲଗୁଡା ଗାଁ ବିଦ୍ୟାଳୟ ନିକଟରେ ଥିବା ପୁରୁଣା ବଡ଼ ତେନ୍ତୁଳି ଗଛ ଦୁଇଟି ଘର ଓ ତିନୋଟି ଗୋରୁ ଉପରେ ପଡିଯାଇଥିଲା। ଯାହା ଫଳରେ  ତୁଳସୀ ଦଳାଇ, କୌଶଲ୍ୟା ଦଳେଇଙ୍କ ଘରଭାଙ୍ଗି ଯାଇଥିଲା। ସେହିପରି ଏହି ଗଛ ପଡିଯିବାରୁ ସୁନୀଲ ହୁଈକା, ଲୋକିନାଥ ହୁଈକା, ନଟ ହୁଈକାଙ୍କ ଗୋଟିଏ ଗାଈ ଓ ଦୁଇଟି ବଳଦଙ୍କ ମୃତ୍ୟୁ ହୋଇଥିଲା । ଏହି ଗୋରୁଙ୍କ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।
ଗ୍ରାମବାସୀ  ଅଗ୍ନିଶମ ବିଭାଗକୁ ସୂଚନା ଦେବାରୁ ଦମକଳ ଗାଡି ଘଟଣାସ୍ଥଳରେ  ପହଞ୍ଚି ଗଛ କାଟି ସଫା କରିଥିଲେ ।ଉକ୍ତ ଖବର ପାଇ ପଶୁ ଚିକିତ୍ସକ, ରାଜସ୍ୱ ନିରୀକ୍ଷକ ରାମ ଆଚାର୍ଯ୍ୟ, ସରପଞ୍ଚ ଅମିତା କାଡ୍ରାକା ,ସମିତି ସଭ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଉକ୍ତ ବିଷୟରେ ତହସିଲଦାର ରଞ୍ଜନ କୁମାର ମାନସେଠ ଙ୍କ ପଚାରିବାରୁ ସେ କହିଲେ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଯାହା ରହିଛି  ଦିଆଯିବ ବୋଲି କହିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories