କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସିନ୍ଦେରପଦର ଗ୍ରାମରୁ ଅବକାରି ବିଭାଗ ଚଢାଉ କରି ୪ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜେଇ ଚୋରା ଚାଲାଣ ରୋକିବା ନିମନ୍ତେ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ପରେ ରାୟଗଡା ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ନିନା ବେଉରା ଏକ ଟିମ ଗଠନ କରି କାଶୀପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ସିନ୍ଦେରପଦର ଗ୍ରାମରେ ଆଜି ଅତର୍କିତ ଭାବରେ ଚଢ଼ାଉ କରି ୪ କୁଇଣ୍ଟାଲ ୬୫ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛନ୍ତି। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୫ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ଧରପଗଡ଼ରେ ଅବକାରୀ ନିରୀକ୍ଷକ ସିମlକୀରଣ ବେକ, ରାୟଗଡ ଅବକାରୀ ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ରଥ, ଭ୍ରାମ୍ୟମାଣ ଅବକାରୀ ଅଧିକାରୀ ରଘୁନାଥ ମୁଣ୍ଡା ଲୋହାରଙ୍କ ସହ ଅବକାରି ବିଭାଗ ଟିମ ଉପସ୍ଥିତ ଥିଲେ। ଗିରଫ ୩ ଜଣ ଅଭୀଯୁକ୍ତ ହେଲେ ସିନ୍ଦେରପଦର ଗ୍ରାମର ପିସି ସାଉନ୍ତା, ରୁଲୁମିଇ ରୁଲମାଇ ମାନକା, ଭୁବନ ସାଉନ୍ତା। କୌଣସି ସୂତ୍ରରୁ ଖବର ପାଇ ଅବକାରି ବିଭାଗ ଅଭୀଯୁକ୍ତ ମାନଙ୍କ ଘରେ ଚଢାଉ କରି ଠାବ କରିଥିଲେ।ଏହା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି ଶନିବାର କୋଟ ଚାଲାଣ କରାଯାଇଥିବା ଅବକାରି ବିଭାଗ ପକ୍ଷରୁ ସୂଚନା ମିଳିଛି।



