www.samajalive.in
Sunday, December 14, 2025
23.1 C
Bhubaneswar

ରେଙ୍ଗାଲିରେ ଆମ୍ ଆଦମୀ ପାର୍ଟିର ବୈଠକ ଓ ମିଶ୍ରଣ ପର୍ବ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ହୋଟେଲ ସ୍ପାଇସି ର ସଭାଗୃହରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆପର ସମ୍ବଲପୁର ଜିଲ୍ଲା ସଭାପତି ଲାଳମଣି ଲୁଗୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପଚାଶରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ।

ଏଥିରେ ଜିଲ୍ଲାରେ ବିଦ୍ୟୁତ ସରବରାହର ବାସ୍ତବିକ ସ୍ଥିତି ନେଇ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆପର ଓଡିଆ ପ୍ରଦେଶ ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଏହି ବୈଠକରେ ଯୋଗ ଦେଇ ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ଦାବୀ ଏନେଇ ଆନ୍ଦୋଳନକୁ ଆଦମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇଥିବା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ରେଙ୍ଗାଲି ବ୍ଲକର ୧୫ ନୂତନ ସଦସ୍ୟ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ନୂତନ ସଦସ୍ୟଙ୍କୁ ଆପ୍ ପାର୍ଟିର ରେଙ୍ଗାଲି ଆବାହକ ମନୋରଞ୍ଜନ ସାହୁ, ଜିଲ୍ଲା ଉପ ସଭାପତି ଡେନିସ ଲୁଗୁନ, ଜିଲ୍ଲା ସମ୍ପାଦକ ପଦ୍ମା ମେହେର, ଜୁଯୁମୁରା ସଭାପତି ଲୁଲୁ ନାୟକ, ଆପ୍ ପାର୍ଟିର ଗଣମାଧ୍ୟମ ସଂଯୋଜକ ସୋମ୍ୟ ପ୍ରଧାନ, ଆପ ନେତା ପ୍ରଶାନ୍ତ ପଣ୍ଡା, ଯୁବ ଆପ ନେତା ନୀତିଶ ଅଗ୍ରୱାଲ ପାର୍ଟିର ଟୋପି ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories