www.samajalive.in
Saturday, December 6, 2025
23.1 C
Bhubaneswar

ଚର୍ଚ୍ଚାରେ ମୁସଲମାନ ବାଳିକାଙ୍କ ରାମଭଜନ

ଶ୍ରୀନଗର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସମଗ୍ର ଦେଶ ରାମମୟ ହୋଇଯାଇଛି । ଭଗବାନ ଶ୍ରୀରାମଙ୍କୁ ନିଜର ଭକ୍ତି ନୈବେଦ୍ୟ ଅର୍ପଣ ନିମନ୍ତେ ଭକ୍ତମାନେ ଭଜନକୀର୍ତ୍ତନ ଆରମ୍ଭ କରିଛନ୍ତି । ଏଭଳି ସ୍ଥଳେ ଜାମ୍ମୁ-କାଶ୍ମୀର ବାରମୂଳା ଜିଲାର ଜଣେ ମୁସଲମାନ ବାଳିକା ଗାଇଥିବା ରାମ ଭଜନ ଇଣ୍ଟରନେଟରେ ବହୁଳ ପ୍ରସାରିତ ହୋଇଛି । ଭଜନ ଗାଇଥିବା ବାଳିକା ହେଉଛନ୍ତି ସୟଦ ଜେହରା ବାତୁଲ । ଜେହରା ଜଣେ ମହାବିଦ୍ୟାଳୟ ଛାତ୍ରୀ । ଏହି ଭଜନ ଗାଇବା ସହ ପାହାଡି ଭାଷାରେ ରାମ ଭଜନ ଲେଖିଛନ୍ତି । ଯାହା ଇଣ୍ଟରନେଟରେ ବହୁଳ ପ୍ରସାରିତ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜାମ୍ମୁ-କାଶ୍ମୀରବାସୀଙ୍କ ଅବଦାନକୁ ଯୋଡିବା ଲାଗି ସେ ଏହି ଭଜନ ଲେଖିଥିବା କହିଛନ୍ତି । ସେ କହିଛନ୍ତି ଯେ ଆମର ଉପରାଜ୍ୟପାଳ ହିନ୍ଦୁ ହେେଏ ମଧ୍ୟ ସେ ମୁସଲମାନଙ୍କ ପ୍ରତି କୌଣସି ପକ୍ଷପାତ କରନ୍ତି ନାହିଁ । ସେହିପରି ଆମର ଇମାମ ଆମକୁ ଦେଶକୁ ଭଲ ପାଇବା ଶିଖାଇଛନ୍ତି । ୟୁଟ୍ୟୁବରେ ଜୁବନି ନୌତିୟାଲଙ୍କ ହିନ୍ଦୀ ଭଜନ ଶୁଣିବା ପରେ ସେ ଏହି ଭଜନ ଲେଖିଥିଲେ । ପ୍ରଥମେ ସେ ହିନ୍ଦୀରେ ଏହାକୁ ଗାଇଥିଲେ । ପରେ ଏହାକୁ ନିଜସ୍ୱ ଭାଷା ପାହାଡିରେ ଗାଇବାକୁ ମନସ୍ଥ କରିଥିଲେ ।

 

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories