କାଶୀପୁର:ବର୍ଷା ଅଭାବରୁ ରାୟଗଡା ଜିଲା କାଶୀପୁର ବ୍ଲକରେ ସୃଷ୍ଟି ହୋଇଥିବା ମରୁଡ଼ି ସ୍ଥିତିର ଅନୁଧ୍ୟାନ ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଜି କାଶୀପୁର ବ୍ଲକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଦଳ ଗତ କାଲି ରାୟଗଡାରେ ପହଞ୍ଚିବା ପରେ ଆଜି ମରୁଡ଼ି ସ୍ଥିତି ଅନୁଧ୍ୟାନ ନେଇ ରାୟଗଡାରୁ ବାହାରି କଲ୍ୟାଣସିଂହପୁର ବ୍ଲକର ଶିକରପାଇ ଦେଇ କାଶୀପୁର ବ୍ଲକର ଗୁଡ଼ିବାଲି, ମାଣ୍ଡିବିଶି, କାଶୀପୁର,ଟିକିରି ଦେଇ ଉକ୍ତ ଦଳ କୋରାପୁଟ ଅଭିମୁଖେ ଗସ୍ତ କରିଛନ୍ତି।କାଶୀପୁର ବ୍ଲକ ଗସ୍ତ ସମୟରେ ଗୁଡିବାଲି,ମାଣ୍ଡିବିଶୀ,ଟିକରି,ନକଟିଗୁଡାକୁ ଗସ୍ତ କରି ଚାଷ ଜମି ଗୁଡିକ ବୁଲି ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି।ଗସ୍ତ ସମାପ୍ତ ହେବାପରେ ଟିମ ଅନୁଧ୍ୟାନ ସମ୍ପର୍କିତ ରିପୋଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
ଏନେଇ ରାଜ୍ୟସଭା ସାଂସଦ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଏହି ଗସ୍ତ ସମୟରେ ମରୁଡି ସ୍ଥିତି ଭୟାବହ ଦେଖିବାକୁ ମିଳିଛି।ତଳି ଗୁଡିକ ସମ୍ପୁଣ୍ର୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଆଉ ରୁଇ ହେବନି କି ବିହନ ବୁଣି ହେବନି।ଗତ ଦୁଇଦିନି ହେବ ମୌସିମି ଜନିତ ବର୍ଷା ହେଉଥିଲେ ମଧ୍ୟ ଜମି ଗୁଡିକରେ ବର୍ତ୍ତମାନ ସୁଧା ପାଣି ଲାଗିନି।ଚାଷ ସମ୍ପୁଣ୍ର୍ଣ ଭାବରେ ନଷ୍ଟ ହୋଇଯାଇଛି।ତେଣୁ ସରକାରଙ୍କ ନିକଟରେ ରାୟଗଡା ଜିଲାକୁ ସମ୍ପୁଣ୍ର୍ଣ ଭାବେ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିବା ସହ ସହାୟତା ରାଶି ପ୍ରଦାନ,କୃଷିଋୁଣ ଛାଡ,ନୂତନ କୃଷିଋୁଣ ପ୍ରଦାନ ନିମନ୍ତେ ଦାବି କରିବୁ ବୋଲି ପ୍ରକାଶ କରିଛନ୍ତି। ସାଂସଦ ବସନ୍ତ ପଣ୍ଡାଙ୍କ ସହ ଜାତୀୟ ଆଦିବାସୀ ମୋର୍ଚ୍ଚା ସଂପାଦକ କାଳିରାମ ମାଝୀ, ବିଜେପି ନେତା ବସନ୍ତ ଉଲକା,ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ନିଳାଦ୍ରି ବିହାରି ପାତ୍ରଙ୍କ ସହ ବହୁ ଦଳିୟ କର୍ମୀ ଉପସ୍ଥିତଥିଲେ।



