www.samajalive.in
Thursday, December 11, 2025
14.1 C
Bhubaneswar

ତାମିଲନାଡୁ ଦଳାଚକଟା: ବିଜୟଙ୍କ ନାଁରେ ସାଂଘାତିକ ଅଭିଯୋଗ, ଏତଲା ଦେଲା କରୁର ସିଟି ପୁଲିସ

ସମାଜ ଡିଜିଟାଲ​‌ ଡେସ୍କ: ତାମିଲନାଡୁ ଦଳାଚକଟା ଘଟଣାରେ ଟିଭିକେ ପାର୍ଟି ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କରୁର ପୁଲିସ। ଦଳାଚକଟା ପାଇଁ ପୁଲିସ ବିଜୟଙ୍କୁ ଦାୟୀ କରିଛି। ବିଜୟଙ୍କ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ ଅଭିଯୋଗ କରିଛି। ଏ ନେଇ କରୁର ସିଟି ପୁଲିସ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି।

ପୁଲିସ ସୂଚନା ଅନୁସାରେ, ନିର୍ବାଚନୀ ରାଲି ପାଇଁ ପୂର୍ବାହ୍ନ ୧୧ଟା ସୁଦ୍ଧା ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ବିଜୟ ରାଲିରେ ପହଞ୍ଚି ଉଦବୋଧନ ଦେବାର ଥିଲା। କିନ୍ତୁ ସେ ୫ ଘଣ୍ଟା ବିଳମ୍ବ କରି ଅର୍ଥାତ ସନ୍ଧ୍ୟା ୭ଟାରେ ଆସି ପହଞ୍ଚିଥିଲେ। ଲୋକମାନେ ପୂର୍ବାହ୍ନରୁ ତାଙ୍କୁ ଅପେକ୍ଷା କରି ରହିଥିଲେ। ଅନ୍ୟପଟେ ୧୦ ହଜାର ଲୋକଙ୍କ ସମାଗମ ହେବ ବୋଲି କୁହାଯାଇଥିଲେ ହେଁ ୨୭ ହଜାର ଲୋକ ଏକଜୁଟ ହୋଇଥିଲେ। ବିଜୟ ଯେହେତୁ ଦଳର ମୁଖ୍ୟ, ତେଣୁ ତାଙ୍କର ଏସବୁ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୁଲିସ କହିଛି।

- Advertisement -

ସୂଚନାଯୋଗ୍ୟ, ଗତ ଶନିବାର ଦିନ କରୁରଠାରେ ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories