ସମାଜ ଡିଜିଟାଲ ଡେସ୍କ: ମୃତଦେହକୁ ଘରକୁ ନେବାକୁ ମିଳିଲାନି ମହାପ୍ରୟାଣ ଗାଡ଼ି। ଶେଷରେ କାନ୍ଧରେ ମୃତଦେହ ବୋହି ଘରକୁ ନେଲେ ସମ୍ପର୍କୀୟ। ବୌଦ୍ଧ ଜିଲା ବାଉଁଶୁଣୀ ସ୍ଵାସ୍ଥ୍ୟ କେନ୍ଦ୍ରରେ। ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ମୃତଦେହ ଘରକୁ ନେବାକୁ ମହାପ୍ରୟାଣ ଗାଡ଼ି ଖୋଜିଥିଲେ। ହେଲେ ଗାଡ଼ି ମିଳି ନ ଥିଲା। ଶେଷରେ କୌଣସି ଉପାୟ ନ ପାଇ ସେମାନେ କାନ୍ଧରେ ମୃତଦେହ ପକାଇ ଘରକୁ ନେଇଥିଲେ। ଏହି ଘଟଣାକୁ ନେଇ ପୁନର୍ବାର ‘ଦାନ ମାଝୀ’ ଘଟଣାର ପୁନରାବୃତ୍ତି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।
Popular Categories



