www.samajalive.in
Monday, December 8, 2025
24.1 C
Bhubaneswar

ପୂର୍ବତନ ବିଧାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ

ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରୁ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ପଟ୍ଟନାୟକଙ୍କ ପୁରୁଣା ଘରୁ ଏହି ଡକାୟତି ଉଦ୍ୟମ କରାଯାଇଛି। ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ପାଟିତୁଣ୍ଡ କରିବାରୁ ଦୁର୍ବୃତ୍ତ ପଳାଇଥିଲେ। ଏ ନେଇ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories