www.samajalive.in
Thursday, November 13, 2025
25.1 C
Bhubaneswar

୨୧ ମହଲାରୁ ଡେଇଁ ଡାକ୍ତରଙ୍କ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: ୨୧ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଡାକ୍ତର। ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜଣେ ଟ୍ରେନି ଡାକ୍ତର ଏବଂ ତାଙ୍କ ନାମ ହେଉଛି ଶିବା(୨୯)। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଆତ୍ମହତ୍ୟାର କାରଣ ଖୋଜୁଛି।

ପୁଲିସ ସୂଚନା ଅନୁସାରେ, ମୃତକ ଶିବା ମଥୁରା ଅଞ୍ଚଳର। ସେ ନିଜ ମା’ବାପାଙ୍କ ସହିତ ନିଜ ଭଉଣୀ ଘରକୁ ଆସିଥିଲେ। ସୋମବାର ଅପରାହ୍ନରେ ସେ ଅଚାନକ ଫ୍ଲାଟରୁ ବାହାରି ବାଲକୋନୀରୁ ତଳକୁ ଡେଇଁ ପଡ଼ିଥିଲେ। ପରିବାର ଲୋକଙ୍କ ସୂଚନା ଅନୁସାରେ, ଶିବା ୨୦୧୫ ବ୍ୟାଚର ଛାତ୍ର ଥିଲେ। ସେ ଦିଲ୍ଲୀର ଏକ ଘରୋଇ କଲେଜରୁ ଏମବିବିଏସ କରିଥିଲେ। ୨୦୨୦ରେ କରୋନା ସମୟରେ ସେ କୌଣସି ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ସେ ବହୁ ଅବସାଦ ଭିତରେ ରହୁଥିଲେ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories