www.samajalive.in
Sunday, December 14, 2025
26.1 C
Bhubaneswar

ମଲା ପରେ ବି ଜିତିଲେ କରୁଣାନିଧି, ଗୁରୁଙ୍କ ପାଖରେ ନେଲେ ସମାଧି

ଚେନ୍ନଇ : ମାତ୍ର ୧୪ ବର୍ଷ ବୟସରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରାବିଡ଼ ମୁନେତ୍ରା କାଝାଗାମ୍‍ (ଡିଏମ୍‍କେ)ର ପ୍ରତିଷ୍ଠାତା, ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ତଥା ଅପରାଜୟ ଜନନେତା କରୁଣାନିଧି ମୃତ୍ୟୁ ପରେ ବି ଅଦାଲତ ଲଢେଇର ସାମ୍ନା କରିଥିଲେ ଓ ସେଥିରେ ବି ଜିତିଥିଲେ। ଶେଷରେ ଛଅ ହାତ ଭୂମିର ଯୁଦ୍ଧରେ ଜିତି ସବୁ ଦିନ ପାଇଁ ମାରିନା ବେଳାଭୂମିରେ ନିଜ ଗୁରୁ ପ୍ରସିଦ୍ଧ ତାମିଲ ନେତା ଆନ୍ନାଦୁରାଇଙ୍କ ନିକଟରେ ଚିର ନିଦ୍ରାରେ ଲିନ ହୋଇଯାଇଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୦ମିନିଟ୍‍ରେ ସ୍ଥାନୀୟ କାବେରୀ ହସ୍ପିଟାଲରେ ୯୪ବର୍ଷ ବୟସରେ କରୁଣାନିଧିଙ୍କ ପରଲୋକ ହୋଇଥିଲା। ବୁଧବାର ସନ୍ଧ୍ୟାରେ ମରିନା ବେଳାଭୂମିରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ସମାଧି ଦିଆଯାଇଛି । କରୁଣାନିଧିଙ୍କ ମୃତ୍ୟୁରେ ତାମିଲନାଡୁ ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ କାନ୍ଦବୋବାଳି ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ସମର୍ଥକ ପହଞ୍ଚି ତାଙ୍କ ପ୍ରାର୍ଥିବ ଶରୀରର ଅନ୍ତିମ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ନେତା ଏବଂ ସମର୍ଥକ ଆସି ଚେନ୍ନଇରେ ରାଜାଜୀ ହଲରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରୀୟସ୍ତରର ବରିଷ୍ଠ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଜାଜୀ ହଲ ବାହାରେ ବହୁ ସଂଖ୍ୟାରେ ସମର୍ଥିକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‍କୁ ଲାଠି ଚାଳନା କରିବାକୁ ପଡ଼ିଥିଲା।
ଉଲ୍ଲେଖ ଯେ ମଙ୍ଗଳବାର ଅପରାହ୍ଣରେ କରୁଣାନିଧିଙ୍କ ପରଲୋକ ପରେ ତାଙ୍କ ସମାଧି ପ୍ରତିଷ୍ଠା ଲାଗି ଡିଏମ୍‍କେ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ମାରିନା ବେଳାଭୂମୀରେ କିଛି ସ୍ଥାନ ଦାବି କରାଯାଇଥିଲା; କିନ୍ତୁ ଡିଏମ୍‍କେର ଆଜନ୍ମ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜ୍ୟରେ କ୍ଷମତାସୀନ ଏଆଇଏଡିଏମ୍‍କେ ପକ୍ଷରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା। ଏଣୁ ଡିଏମ୍‍କେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲା। କାର୍ଯ୍ୟନିର୍ବାହୀ ମୁଖ୍ୟ ନାୟାଧିଶଙ୍କ ଅଧ୍ୟକ୍ଷତାରେ ଏକ ପୀଠ ଏସମ୍ବନ୍ଧୀୟ ଆବେଦନ ଉପରେ ବୁଧବାର ପୂର୍ବାହ୍ଣ ୮ଟାରେ ଶୁଣାଣି କରି ଡିଏମ୍‍କେ ସପକ୍ଷରେ ରାୟ ଦେଇଥିଲେ।
ବୁଧବାର ଅପରାହ୍ନ ୪ଟାରେ ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଚେନ୍ନଇର ମାରିନା ବେଳାଭୂମିକୁ ନିଆଯାଇଥିଲା। ସେଠାରେ ପ୍ରସିଦ୍ଧ ତାମିଲ ନେତା ତଥା ତାଙ୍କ ରାଜନୈତିକ ଗୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନ୍ନାଦୁରାଇଙ୍କ ସମାଧି ନିକଟରେ ତାଙ୍କୁ ସମାଧି ଦିଆଯାଇଥିଲା। ତାଙ୍କ ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ଘଟିଛି। ତାଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକବ୍ୟକ୍ତ କରାଯାଇଛି ଓ ତାମିଲନାଡୁ ରାଜ୍ୟ ସରକାର ୭ଦିନିଆ ଶୋକ ଘୋଷଣା କରିଛନ୍ତି। ଏହା ସହିତ ବୁଧବାର ପାଇଁ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପା ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଏନ୍‍ସିପି ମୁଖ୍ୟ ଶରଦ ପାୱାର, କଂଗ୍ରେସ ନେତା ପ୍ରଫୁଲ୍ଲ ପଟେଲ, ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀଙ୍କ ସମେତ ଅଭିନୋତ ଅମିତାଭ ବଚ୍ଚନଙ୍କ ସମେତ ବହୁ ବଲିଉଡ଼ ଏବଂ ଟଲିଉଡ଼ର କଳାକାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଣାନିଧିଙ୍କ ପୁଅ ଷ୍ଟାଲିନ୍‍ଙ୍କୁ ଫୋନ୍‍ କରି ଶୋକ ବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି।

ଏମ୍‍. କରୁଣାନିଧି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଏକାଧାରାରେ ଜଣେ କାହାଣୀ ଲେଖକ, ସାମ୍ବାଦିକ, ତାମିଲ ଆନ୍ଦୋଳନକାରୀ ତଥା ରାଜନେତା ଥିଲେ। ୧୯୨୪ ଜୁନ୍‍ ୩ରେ ତାମିଲନାଡୁର ନାଗାପାଟ୍ଟିନମ୍‍ ଜିଲା ଅନ୍ତର୍ଗତ ତିରୁକୁଭାଲାଇଠାରେ ତାଙ୍କ ଜନ୍ମ ହୋଇଥିଲା। କରୁଣାନିଧିଙ୍କ ପ୍ରକୃତ ନାମ ଦକ୍ଷିଣମୂର୍ତ୍ତି। ସ୍କୁଲ୍‍ ଶିକ୍ଷା ସମୟରୁ କଳାସଂସ୍କୃତି ତଥା ସାହିତ୍ୟ ପ୍ରତି ତାଙ୍କର ଖୁବ୍‍ ଆଗ୍ରହ ରହିଥିଲା। ଜୀବନକାଳ ମଧ୍ୟରେ ସେ ୧୦୦ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ନିଜର ଦୃଢ ମନୋବଳ ଏବଂ ବଳିଷ୍ଠ ନେତୃତ୍ୱ ଦ୍ୱାରା କରୁଣାନିଧି ଡିଏମ୍‍କେକୁ କ୍ଷମତାକୁ ଆଣିବା ସହିତ ନିଜେ ୫ ଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ୧୯୬୯-୭୧, ୧୯୭୧-୭୬, ୧୯୮୯-୯୧, ୧୯୯୬-୨୦୦୧ ଏବଂ ୨୦୦୬-୨୦୧୧ ପର୍ଯ୍ୟନ୍ତ ସେ ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories