କାର୍ତ୍ତିକ ଆର୍ୟନ କିଣିଲେ ନୂଆ କାର୍, ଦାମ୍ ୬ କୋଟି
ନୂଆଦିଲ୍ଲୀ : ଗୁରୁବାର ସାମାଜିକ ଗଣମାଧ୍ୟମରେ କାର୍ତ୍ତିକ ଆର୍ୟନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ନୂଆ କାରକୁ ପୂଜା କରୁଛନ୍ତି । ସେ ଇନଷ୍ଟାଗ୍ରାମରେ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଏକ ରେଞ୍ଜ ରୋଭର କାର୍ କିଣିଛନ୍ତି । ରେଞ୍ଜ ରୋଭର ଲାଇନଅପ ୪-ସିଟର, ୫ ଏବଂ ୭ ସିଟର ବିକଳ୍ପ ସହିତ ଆସିଥାଏ । ଏଥିରେ ୩ ଲିଟର ଏବଂ ୬ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ୪୦୦ ପିଏସ୍/୫୫୦ ଏନଏମ୍ ଏବଂ ୩ ଲିଟର ଡିଜେଲ୍ ଇଞ୍ଜିନ୍ ୩୫୧ ପିଏସ୍/୭୦୦ ଏନଏମ୍ ଉତ୍ପନ କରିଥାଏ ।
ସେହିଭଳି ଏହାର ଫ୍ଲାଗସିପ୍ ଭେରିଏଣ୍ଟରେ ମିଳୁଥିବା ୪.୪ ଲିଟର ଟ୍ବିନ୍-ଟର୍ବୋ ଭି୮ ଇଞ୍ଜିନ୍ ୫୩୦ପିଏସ୍/୭୫୦ ଏନଏମ ଉତ୍ପନ କରିଥାଏ । ସମସ୍ତ ଇଞ୍ଜିନ୍ ୮ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ ସହିତ ଯୋଡିହୋଇଛି । ବଜାରରେ ଏହାକୁ ମୁକାବିଲା ଲେକ୍ସସ୍ ଏଲଏକ୍ସ ଏବଂ ମର୍ସିଡିଜ୍ ବେଞ୍ଜ ମେବ୍ୟାକ୍ ଜିଏଲଏସ୍ ସହିତ ହୋଇଥାଏ ।
Comments are closed.