କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ପାଇଁ ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ପରିସ୍ଥିତି ସୁଧୁରୁଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ମାତ୍ର ୧୪୪ ଧାରା ବଳବତ୍ତର ରହିବ। ଗୁରୁବାର ଦୁଇ ଗୋଷ୍ଠୀଙ୍କ ସହ ଏସପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲେଚନା କରିଥିଲେ। ଏଥିରେ ସହରରେ ଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ମତ ଦେଇଥିଲେ। ଶୁକ୍ରବାର ସକାଳ ୯ଟାରେ ଶାନ୍ତି କମିଟି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ। ଏଥିସହ ଆଗାମୀ ଦିନରେ ଏଭଳି ପରିସ୍ଥିତିକୁ କିପରି ଏଡ଼ାଇ ଯାଇପାରିବ ସେଥିପାଇଁ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ରାପଡ଼ା ଏସପି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଦୁଇଦିନ ତଳେ ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତିକୁ ନଜରରେ ରଖି ପ୍ରଥମେ ସହରରେ ୧୪୪ ଧାରା ଓ ପରେ କର୍ଫ୍ୟୁ ଜାରି କରାଯାଇଥିଲା।
କେନ୍ଦ୍ରାପଡ଼ାରୁ ଉଠିଲା କର୍ଫ୍ୟୁ
Popular Categories



