କର୍ଣ୍ଣାଟକ ନିର୍ବାଚନ : ବିଜେପିର ୯ ଜଣିଆ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ

0

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିଜେପି ସୋମବାର ଏହାର ଚତୁର୍ଥ ପ୍ରାର୍ଥôପତ୍ର ଘୋଷଣା କରିଛି। ଏଥିରେ ୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଭଦ୍ରାବତୀ, ଯଶୱନ୍ତପୁର, ବିଟିଏମ୍‌ ଲେଆଉଟ, ରାମନଗରମ୍‌, କନକପୁରା, ବେଲୁର ଏବଂ ହସନ ନିର୍ବାଚନ ମଣ୍ଡଳୀ ପାଇଁ ଯଥାକ୍ରମେ ଜି.ଆର୍‌. ପ୍ରବୀଣ ପାଟିଲ, ଜଗେଶ, ଲାଲେଶ ରେଡ୍ଡୀ, ଏଚ୍‌. ଲିଲାବତୀ, ନନ୍ଦିନୀ ଗଉଡା, ଏଚ୍‌. କେ. ସୁରେଶ ଏବଂ ଜେ. ପ୍ରୀତମ୍‌ ଗଉଡାଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାକୁ ମିଶାଇ ଦଳ ପକ୍ଷରୁ ମୋଟ ୨୨୪ ଟି ବିଧାନସଭା ଆସନ ମଧ୍ୟରୁ ୨୨୦ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଏପ୍ରିଲ ୮ରେ ପ୍ରଥମ ପର୍ଯ୍ୟାୟରେ ୭୨ ଜଣ, ଏପ୍ରିଲ ୧୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୨ ଜଣ ଏବଂ ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୫୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।

Leave A Reply