ଖୁବ୍‍ଶୀଘ୍ର କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

0

ବେଙ୍ଗାଲୁର : କର୍ଣ୍ଣାଟକର ଏଚ.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସୂଚନା ମିଳିଛି। ସମ୍ପ୍ରସାରଣରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ଓ ଉଭୟ ଦଳର ୩୦ ବିଧାୟକଙ୍କୁ ନିଗମ ଏବଂ ପରିଷଦ ଦାୟିତ୍ୱ ଦିଆଯିବ। ଜେଡିଏସ୍‍ ମହାସଚିବ କୁୱର ଦାନିଶ ଅଲ୍ଲୀ ସୋମବାର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ମାସ ତୃତୀୟ ସପ୍ତାହରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ। ନୂଆ ମନ୍ତ୍ରୀଙ୍କ ସାମିଲ ସହ କର୍ଣ୍ଣାଟକ ରାଜ୍ୟ ମନ୍ତ୍ରୀଙ୍କ ସଂଖ୍ୟା ବଢି ୩୪ରେ ପହଞ୍ଚିବ। ଏଥିରେ କଂଗ୍ରେସର ୬ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳବ। ଜେଡିଏସ୍‍ର ମାତ୍ର ଜଣେ ବିଧାୟକ ମନ୍ତ୍ରୀ ହେବେ। ୩୦ ବିଧାୟକଙ୍କୁ ପ୍ରମୁଖ ନିଗମ ଏବଂ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯିବ। ପ୍ରକାଶଯୋଗ୍ୟ ଯେ ବର୍ତ୍ତମାନ କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳରେ ୨୭ ଜଣ ମନ୍ତ୍ରୀ ଅଛନ୍ତି। ସେଥିମଧ୍ୟରେ କଂଗ୍ରେସର ୧୬ ଏବଂ ଜେଡିଏସ୍‍ର ୧୧ ଜଣ ମନ୍ତ୍ରୀ ଅଛନ୍ତି। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସହ ନିଗମ ଏବଂ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତି ନେଇ ଦୁଇ ଦଳ ସହମତି ପ୍ରକାଶ କରିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଅନୁମତି ଲୋଡ଼ିଥିଲେ। ରାହୁଲ ସହମତି ଦେବା ପରେ ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply