ବେଙ୍ଗେଲୁରୁ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ଗଠିତ ସରକାରକୁ ଝଟକା ଲାଗିଛି। ମେଣ୍ଟ ସରକାରରେ ଥିବା ଦୁଇ ସ୍ୱାଧୀନ ବିଧାୟକ ନିଜର ସମର୍ଥନ ଫେରାଇ ନେଇଛନ୍ତି। ଏଚ୍ ନାଗେଶ ଓ ଆର୍ ନାଗେଶ ନାମକ ଦୁଇ ବିଧାୟକ ମେଣ୍ଟ ସରକାରରୁ ନିଜର ସମର୍ଥନ ଫେରାଇନେଇଛନ୍ତି। ପୂର୍ବରୁ କର୍ଣ୍ଣାଟକ କଂଗ୍ରେସର କିଛି ବିଧାୟକ ମୁମ୍ବଇର ଏକ ହୋଟେଲରେ ବିଜେପି ନେତାଙ୍କ ଭେଟିଥିବା ସୂଚନା ମିଳିଥିଲା।
ଏମାନଙ୍କ ସମର୍ଥନ ପ୍ରତ୍ୟାହାର କରିବା ପରେ ସରକାରଙ୍କୁ କୌଣସି ବିପଦ ନଥିବା ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ କହିଛନ୍ତି। ମୁମ୍ବାଇ ଯାଇଥିବା ତିନି ବିଧାୟକ ତିନି ବିଧାୟକ ମୋ ସହିତ ଥିବା ସେ ସୂଚନା ଦେଇଛନ୍ତି। ସମସ୍ତ ତିନି ବିଧାୟକ ମୋ ସମ୍ପର୍କରେ ଥିବା ପ୍ରକାଶ କରିଛନ୍ତି। ବିଜେପି ଏହାକୁ ନେଇ କ’ଣ ଚିନ୍ତା କରୁଛି ମୁଁ ଜାଣିଛି ବୋଲି କୁମାରସ୍ୱାମୀ କହିଛନ୍ତି।
କର୍ଣ୍ଣାଟକ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ଦୁଇ ସ୍ୱାଧୀନ ବିଧାୟକ
Popular Categories



