www.samajalive.in
Sunday, December 7, 2025
23.1 C
Bhubaneswar

କପିଳେଶ୍ବର ଶୈବପୀଠ ପରିସରରୁ ମୂର୍ତ୍ତି ଚୋରି ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ: ଦୋଷୀ ସତ୍ତ୍ୱେ ଛାଡ ପାଇଲେ ଅଭିଯୁକ୍ତ, ଚରିତ୍ର ପରଖିବେ ଅଧିକାରୀ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମର ପ୍ରସିଦ୍ଧ କପିଳେଶ୍ୱର ଶୈବପୀଠ ପରିସରରୁ ଦେବୀ ପାର୍ବତୀଙ୍କ ମୂର୍ତ୍ତି ଚୋରି ମାମଲାରେ ରାୟ ପ୍ରଦାନ କରି ଦିଗପହଣ୍ଡି କୋର୍ଟ ଅଭିଯୁକ୍ତ ସୁଦର୍ଶନ ଚୌଧୁରୀକୁ ଦୋଷୀ ସାବ୍ୟସ୍ତ ସତ୍ତ୍ବେ ଖଲାସ କରିଛନ୍ତି।
ଶୁକ୍ରବାର ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ୟ୍ୟ ଏହି ମାମଲା (ନଂ.ଜି.ଆର – ୨୧୨/୧୯)ର ସମୁଦାୟ ୧୦ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ପିଓ ଆକ୍ଟର ଧାରା – ୪(୧) ଅନୁଯାୟୀ ଖଲାସ ପାଇଁ ଚୂଡାନ୍ତ ଶୁଣାଣି କରିଛନ୍ତି। ଅଭିଯୁକ୍ତ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ଏବଂ ଅଭିଯୁକ୍ତର ସାମାଜିକ ଓ ଅର୍ଥନୈତିକ ଅବସ୍ଥା ପ୍ରତି ସଚେତନ ହେବା ସହ ଚରିତ୍ରରେ ସୁଧାର ଆଣିବା ଲାଗି ଗୋଟିଏ ସୁଯୋଗ ଦେବା ଲକ୍ଷ୍ୟରେ ଏଭଳି ରାୟ ପ୍ରଦାନ କରାଯାଇଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲା ଆଇନ ବିଭାଗ ପ୍ରୋବେସନ ଅଧିକାରୀ ବିଜୟଚନ୍ଦ୍ର ରଥଙ୍କ ଇଜିଲାସରେ ୨ ବର୍ଷ ଯାଏ ଚରିତ୍ର ସ୍ୱଚ୍ଛ ରଖିବା ଦିଗରେ ରହିବାକୁ ଆଦେଶ ଦିଆଯାଇଛି।
ପ୍ରକାଶ ଥାଉକି, ୨୦୧୯ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟା ପ୍ରାୟ ସାଢେ଼ ୭ ଟାରେ ବିଦ୍ୟୁତ୍ ବିଚ୍ଛିନ୍ନର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଶୈବପୀଠରୁ ଅଷ୍ଟଧାତୁ ନିର୍ମିତ ୧ ଫୁଟ ଉଚ୍ଚତା ବିଶିଷ୍ଟ ଦେବୀ ପାର୍ବତୀଙ୍କ ମୂର୍ତ୍ତିକୁ ଚୋରି କରି ନେଇଥିଲେ। ଗ୍ରାମବାସୀ ବିଭିନ୍ନ ଅଞ୍ଚଳରେ ଖୋଜା ଖୋଜି କରିଥିଲେ ମଧ୍ୟ ମୂର୍ତ୍ତିର ସନ୍ଧାନ ମିଳିନଥିଲା।
ପରଦିନ ସକାଳେ ଛଣମେରୀ ଆଦର୍ଶ ବିଦ୍ୟାଳୟ ନିକଟରେ ଅଭିଯୁକ୍ତଙ୍କୁ ସନ୍ଦେହରେ ଧରି ଗ୍ରାମବାସୀ ପଚରାଉଚରା କରିବା ପରେ ଅଭିଯୁକ୍ତର ବାରିପଟ ଗୋବର ଗଦାରୁ ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା। ଶୈବପୀଠ ପରିଚାଳନା କମିଟି ସଭାପତି ସୁକାନ୍ତ ପ୍ରଧାନଙ୍କ ଏତଲା କ୍ରମେ ଥାନା ମାମଲା ନଂ.୧୭୬/୧୯ ଦଫା – ୩୮୦/୪୫୭ ଆଇପିସି ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା।
ତଦନ୍ତକାରୀ ଅଧିକାରୀ ମଧୁସ୍ମିତା ପ୍ରଧାନ ୨୦୧୯ ଅକ୍ଟୋବର ୩୧ ରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଗିରଫ ହେବା ପରଠାରୁ କରୋନା କଟକଣା ଓ ବିଭିନ୍ନ କାରଣରୁ ଅଭିଯୁକ୍ତଙ୍କୁ ଦୀର୍ଘ ୧୪ମାସ ୧୨ ଦିନ ଜେଲରେ ରହିବାକୁ ପଡିଥିଲା। ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ନକୁଳ ପ୍ରଧାନ ଏବଂ ବିପ୍ଲବ କୁମାର ମୁଦୁଲି ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ହରପ୍ରସାଦ ରଥ ମାମଲା ପରିଚାଳନା କରୁଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories