www.samajalive.in
Sunday, December 7, 2025
26.1 C
Bhubaneswar

ଆର.ଆଇ ଅଫିସ ସ୍ଥାନାନ୍ତରିତକୁ ନେଇ ଲମ୍ବସରୀ ପଞ୍ଚାୟତବାସୀଙ୍କ କଣ୍ଟାମାଳ ତହସିଲ ଘେରାଉ ଓ ବିକ୍ଷୋଭ

କଣ୍ଟାମାଳ : ପ୍ରସ୍ତାବିତ ଦପଲା ରାଜସ୍ୱ କାର୍ଯ୍ୟାଳୟକୁ ବିରୋଧ କରି ଶତାଧିକ ଲୋକ କଣ୍ଟାମାଳ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ତାଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଲମ୍ବସରୀ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଫିସ ଖୋଲିବାକୁ ଦାବୀ ଜଣାଇ ଥିଲେ ।
ସୂଚନା ପ୍ରକାରେ ମୋଟ ୪୨ ଖଣ୍ଡ ରାଜସ୍ୱ ଗ୍ରାମକୁ ନେଇ ଗଠିତ ଲମ୍ବସରୀ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଇଲାକାଭାବେ ରହିଥିବା ହେତୁ ଏଠାରେ ରାଜସ୍ୱ କାର୍ଯ୍ୟାଳୟ ଖୋଲିବାକୁ ଅଞ୍ଚଳବାସୀ ଗତ ୧୫ ବର୍ଷ ହେଲା ଦାବୀ କରି ଆସୁଥିଲେ । ଜନସାଧାରଣଙ୍କ ଦାବୀକୁ ନେଇ ଆରଆଇ ଅଫିସ ପୁନର୍ଗଠନ ସମୟରେ ଲମ୍ବସରୀରେ ଆରଆଇ ଅଫିସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା ଏବଂ ଗତ ୨୦୨୦ ମାର୍ଚ୍ଚ ମାସରେ କଣ୍ଟାମାଳ ତହସିଲଦାର ଅର୍ଜ୍ଜୁନ ପ୍ରଧାନ ଲମ୍ବସରୀ ପେକ୍ସ କାର୍ଯ୍ୟାଳୟ ନିକଟରେ ଜାଗା ସୁଦ୍ଧା ଚିହ୍ନଟ କରିଥିଲେ ବୋଲି ବିକ୍ଷୋଭକାରୀ ପ୍ରକାଶ କରିଥିଲେ । ବର୍ତ୍ତମାନ ଲମ୍ବସରୀ ବଦଳରେ ଦପଲାରେ ଏହା ସ୍ଥାପନ କରିବାକୁ ଚକ୍ରାନ୍ତ ଚାଲିବା ସହ ଆସନ୍ତା ଅଗଷ୍ଟ ୨ ତାରିଖରେ ସେଠାରେ ଭୂମିପୂଜନ କାର୍ଯ୍ୟକ୍ରମ ଥିବା ଜଣାପଡିବା ପରେ ଏହାକୁ ବିରୋଧ କରି ଲମ୍ବସରୀ ପଞ୍ଚାୟତର ୪୨ଖଣ୍ଡ ଗ୍ରାମର ଲୋକେ ପ୍ରତିବାଦ ସ୍ୱରୂପ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ପ୍ରସ୍ତାବିତ ରାଜସ୍ୱ କାର୍ଯ୍ୟାଳୟ ଲମ୍ବସରୀ ହିଁ କରିବାକୁ ସ୍ଥାନୀୟ ତହସିଲଦାର ଅର୍ଜ୍ଜୁନ ପ୍ରଧାନଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ ।
ଅନୁଷ୍ଠିତ ବିକ୍ଷୋଭ ଓ ଦାବୀପତ୍ର କାର୍ଯ୍ୟକ୍ରମରେ ଲମ୍ବସରୀ ପଞ୍ଚାୟତ ସରପଞ୍ଚ ବିଜୟଲକ୍ଷ୍ମୀ ମେଣ୍ଡିଲି, ନାଏବ ସରପଞ୍ଚ ଗୋପବନ୍ଧୁ ପ୍ରଧାନ, ,ଅଶୋକ ଖମାରୀ, ରିଙ୍କୁ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବିଭିନ୍ନ ଗ୍ରାମରୁ ଗ୍ରାମ୍ୟ ପ୍ରତିନିଧିଭାବେ ସଚୀସୂତି ପ୍ରଧାନ, ଅନନ୍ତ ପ୍ରଧାନ, ଉତ୍ତମ ଅମାତ୍, ଜଳନ୍ଧର କମ୍ପ, ମୃତ୍ୟୁଞ୍ଜୟ ପ୍ରଧାନ, ଗୋପିନାଥ ନାଏକ, ମୋହନ ରଣା, ରାବଣେଶ୍ୱର ବେହେରା, ସତ୍ୟବତୀ ପ୍ରଧାନ, ଅଶୋକ କୁମାର ସାହୁ, କୁଞ୍ଜ ବିହାରୀ ମେଣ୍ଡିଲି, ସୁରୁ ପ୍ରଧାନ, ଦ୍ରୋଣାଚାର୍ଯ୍ୟ ପ୍ରଧାନ, ଦେବାର୍ଚ୍ଚନ ନାଏକ ପ୍ରମୁଖ ସାମିଲ ହୋଇଥିବା ବେଳେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହ୍ଣେଇଚରଣ ଡାଙ୍ଗ, ଆଦିବାସୀ ନେତା ଡମ୍ବରୁ କହଁର ପ୍ରମୁଖ ଉପସ୍ଥିତ ହୋଇ ଲମ୍ବସରୀ ପଞ୍ଚାୟତର ୪୨ ଖଣ୍ଡ ରାଜସ୍ୱ ଗ୍ରାମବାସୀଙ୍କ ଦାବୀକୁ ସମର୍ଥନ ଜଣାଇଥିଲେ । ଲମ୍ବସରୀ ପଞ୍ଚାୟତର ୪୨ଖଣ୍ଡ ଗାଁର ଭୌଗୋଳିକ, ପାରିପାଶ୍ୱର୍ିକ, ଆର୍ଥିକ ଓ ଜନସଂଖ୍ୟା ପ୍ରତି ପୂନର୍ବାର ଅନୁଧ୍ୟାନ କରାଯାଇ ରାଜସ୍ୱ କାର୍ଯ୍ୟାଳୟ ନିଷ୍ପତିର ପୁନର୍ବିଚାର ପ୍ରତି ରାଜ୍ୟ ସରକାର ହସ୍ତକ୍ଷେପ ନକଲେ ଆଗାମି ଦିନରେ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ବିକ୍ଷୋଭକାରୀ କହିଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories