www.samajalive.in
Friday, December 12, 2025
14.1 C
Bhubaneswar

କଣ୍ଟାମାଳରେ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଦ୍ଵିତୀୟ ପର୍ଯ୍ୟାୟ ବୈଠକ

କଣ୍ଟାମାଳ: ବୌଦ୍ଧ ଜିଲ୍ଲାର ପ୍ରଥମ ମଡେଲ ବ୍ଲକ ଭାବେ କଣ୍ଟାମାଳ ବ୍ଲକରେ ଶହେ ଦିନିଆ ଗ୍ରାମୀଣ ପରିମଳ ମିଶନ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏନେଇ ବୁଧବାର କଣ୍ଟାମାଳ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକର ୧୫ଟି ଗ୍ରାମପଞ୍ଚାୟତକୁ ନେଇ ସ୍ୱଚ୍ଛ ଭାରତ ମିଶନ୍‍ ଗ୍ରାମିଣ ର ଦ୍ୱିତୀୟ ପର୍ଯ୍ୟାୟ ବ୍ଲକସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଂଟାମାଳ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇ.ପ୍ରଦୀପ କୁମାର ଯେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ ଯୋଗଦେଇ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ, ଓାର୍ଡ ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆର୍‍ଏସ୍‍ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ସହଯୋଗରେ ହିଁ ଏହି ମିଶନ୍‍ ସଫଳ ହୋଇପାରିବ ବୋଲି କହିଥିଲେ।

ଜିଲ୍ଲା ପରାମର୍ଶଦାତା (ଡିଏସ୍‍ଓ) ବୌଦ୍ଧ ଆର୍ତ୍ତତ୍ରାଣ ପାଢୀ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ସ୍ତରରେ କଠିନ ବର୍ଜ୍ୟବସ୍ତର ସୁପରିଚାଳନା ସଂପର୍କିତ ଆରଦେନ୍‍ ଗାରବେଜ୍‍ ପିଟ୍‍, ଆରସିସି ଗାର୍‍ବେଜ ପିଟ୍‍, ବ୍ରିକ୍ସ୍‍ ଲାଇନିଟ୍‍, କମ୍ୟୁନିଟି ଟୁଇନ୍‍, କମ୍ପୋଷ୍ଟ୍‍ ପିଟ୍‍,ତରଳ ସକପିଟର ନିର୍ମାଣରେ ପଞ୍ଚାୟତର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ସେହିପରି ବିଦ୍ୟାଳୟ ଗୁଡିକର ଜଳ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ସହ କଣ୍ଟାମାଳ ବ୍ଲକର ସମସ୍ତ ପଞ୍ଚାୟତକୁ ଓଡିଏଫ୍‍ ପ୍ଲସରେ ପରିଣତ କରିବାକୁ ହେଲେ ପଞ୍ଚାୟତ ଓ ଏସ୍‍ବିଏମ୍‍ ର ସହଭାଗିତା ଏବଂ କାର୍ଯ୍ୟକାରୀତା ସଂପର୍କରେ କନିଷ୍ଠଯନ୍ତ୍ରୀ ଶ୍ରୀ ଯେନା ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଆରସି ଅର୍ଜୁନ ଦାଶ ଓ ମାଷ୍ଟର ଟ୍ରେନର୍‍ ରଞ୍ଜନ କୁମାର ପାତ୍ର ସମେତ ବିଭିନ୍ନ ପଞ୍ଚାୟତର କନିଷ୍ଠଯନ୍ତ୍ରୀ, ପିଇଓ, ସରପଞ୍ଚ, ପିଇଓ, ଜିଆର୍‍ଏସ୍‍ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ପରିମଳ ବିଭାଗର ପୂର୍ଣ୍ଣ ଚରଣ ସାହୁ, ବିକାଶ ସିଂ, ଦେଶବନ୍ଧୁ ରଣା, ଶ୍ରୀହରି ବାଗ, ଆନନ୍ଦ ତାଣ୍ଡିଆ, ନିରଂଜନ ରଣା, ଉଦ୍ଧବ ନାଏକ, ବେଦବ୍ୟାସ ମହାକୁଡ, ସୁରୁବୁଢା ଖମାରୀ, ଗୋବିନ୍ଦ ନାଏକ, ସୁଦାମ ପ୍ରଧାନ ପ୍ରମୁଖ ସ୍ୱେଚ୍ଚାଗ୍ରାହୀମାନେ ସହଯୋଗ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories