ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ

କଣ୍ଟାବାଞ୍ଜି : ଅକ୍ଟୋବର ୩୧ ରୁ ନଭେମ୍ବର ୦୬ ତାରିଖ ୨୦୨୨ କୁ ଓଡିଶା ସରକାରଙ୍କ ତରଫରୁ ଦୁର୍ନୀତିମୁକ୍ତ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୫୨୮୮ ତା ୨୯-୧୦-୨୦୨୨ ଅନୁଯାୟୀ ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କୁ ନେଇ ମହାବିଦ୍ୟାଳୟର ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ତତ୍ୱାବଧାନରେ ସାଧୁତାର ଶପଥ ପାଠ କରାଯାଇଥିଲା। ଏହି ଅବସରରେ ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ସମସ୍ତଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ୟ୍ୟକ୍ରମ ରେ ଅଧ୍ୟାପକ ଯୁଧିଷ୍ଠିର ବେହେରା,ରାଜୀବ ମେହେର, ସୋମନାଥ ମେହେର, ନେପାଳ ସେଠି,ଅଧ୍ୟାପିକା ସୁନନ୍ଦା ରଥ,ରଶ୍ମି ରମିତା ମେହେର,କଲ୍ୟାଣୀ ମେହେର,ନିରବତୀ ପଧାନ, ଲିପନିତା ପଧାନ, ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବଂଚୋର ତଥା ଗ୍ରନ୍ଥାଘର ରକ୍ଷକ ସନ୍ତୋଷ ମହାନ୍ତି ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.