କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି । ୩୧ରୁ ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନ୧୧ଟା ସମୟରେ ଶପଥ ପାଠ କରିଥିବା ବେଳେ ଏହାକୁ ନେଇ ଉକ୍ତ ବ୍ଲକ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ବିଭିନ୍ନ ଗାଁ ଗହଳିରେ ସରକାରୀ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ସଂଘ, ପଞ୍ଚାୟତସ୍ତରୀୟ ସଂଘ, ବୁଦ୍ଧିଜୀବୀ ମିଳିତ ଭାବେ ସଚେତନ କରିବା ସହ ସଂକଳ୍ପ କରିଥିଲେ। ସେଗୁଡିକ ଦୁର୍ନୀତି ହଟିଲେ ଦେଶ ହସିବ, ଗାଁ ଗହଳି ଉନ୍ନତି ହେବ, ଲାଞ୍ଚ ନେବା ନାହିଁ କି କାହାରିକୁ ଦେବାନାହିଁ, ଲାଞ୍ଚ ନେଉଥିବା ଲୋକକୁ ଅଧିକାରୀଙ୍କ ହାତରେ ଧରାଇଦେବା, ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ, ଦୁର୍ନୀତି ଦ୍ୱାରା ସମାଜ କଳଙ୍କିତ ହେଉଛି, ଯିଏ ବାଟମାରଣା କରୁଛି ସେ ଦେଶର ଶତ୍ରୁ ପାଲଟିଛି ବୋଲି କହି ସଚେତନ କରିବା ସହ ସଙ୍କଳ୍ପ ପାଠ କରିଥିଲେ।
Popular Categories



